କେନ୍ଦ୍ରୀୟ ଜିଏସ୍‌ଟି ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ କୋର୍ଟ ଚାଲାଣ…

add-all

ବ୍ରହ୍ମପୁର: ଲାଞ୍ଚ ଗ୍ରହଣ ବେଳେ ଗିରଫ ହୋଇଥିବା କେନ୍ଦ୍ରୀୟ ଜିଏସ୍‌ଟି ସୁପରିଣ୍ଟେଣ୍ଡେଣ୍ଟ୍‌ ମନୋଜ କୁମାର ସୁବୁଦ୍ଧିଙ୍କୁ ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ସିସିଆଇ କୋର୍ଟ ଚାଲାଣ କରାଯାଇଛି। ଗତକାଲି ଅନନ୍ତନଗରସ୍ଥିତ କେନ୍ଦ୍ରୀୟ ଜିଏସ୍‌ଟି ଅଫିସରେ ସିବିଆଇର ଏକ ଟିମ୍‌ ଚଢ଼ଉ କରିଥିଲା। ଜଣେ ଠିକାଦାରଙ୍କ ଠାରୁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍‌ ସିଜିଏସ୍‌ଟି ସୁପରିଣ୍ଟେଣ୍ଡେଣ୍ଟ୍‌ ସୁବୁଦ୍ଧିଙ୍କୁ କାବୁ କରିଥିଲା।
ସୂଚନା ଅନୁସାରେ ଜଣେ ଠିକାଦାରଙ୍କ ୧ ଲକ୍ଷ ୭୭ ହଜାର ଟଙ୍କାର ଏକ ଟିଡିଏସ୍ ରିଫଣ୍ଡ୍‌ କରିବାକୁ ଥିଲା। ଏହା ସହିତ ଆଉ ଏକ ୩ଲକ୍ଷ ଟଙ୍କାର ଜିଏସ୍‌ଟି ରିଫଣ୍ଡ୍‌ ଫାଇଲ୍‌ କାମ କରିବା ପାଇଁ ସେ ଟଙ୍କା ଦାବି କରିଥିଲେ। ଗତକାଲି ଠିକାଦାର ଜଣଙ୍କ ଲାଞ୍ଚ ବାବଦ ୧୫ହଜାର ଟଙ୍କା ନେଇ ଅନନ୍ତନଗର ସ୍ଥିତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଠିକାଦାରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଜିଏସ୍‌ଟି ସୁପରିଟେଣ୍ଡେଣ୍ଟ୍ ସୁବୁଦ୍ଧିଙ୍କୁ ସିବିଆଇ ଟିମ୍‌ ମାଡ଼ି ବସିଥିଲା। ଚଢ଼ଉ ସମୟରେ ସିବିଆଇ ଟିମ୍‌ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ଏ ଦିଗରେ ସିବିଆଇ ଅଧିକ ଅନୁସଂଧାନ ଜାରି ରହିଥିବା ଏକ ପ୍ରେସ୍‌ ବାର୍ତ୍ତାରେ ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.