ବଦଳି କଲେ ରାଜ୍ୟ ସରକାର, ପୁଲିସ ଆଇଜି ଆଶିଷ ସିଂ ହେଲେ ଗୃହ ବିଭାଗ ଓଏସଡି

add-all

ଭୁବନେଶ୍ବର : ରାଜ୍ୟର ବରିଷ୍ଠ ଆଇପିଏସ ଅଧିକାରୀ ଆଇଜି ଆଶିଷ ସିଂଙ୍କୁ ଗୃହ ବିଭାଗର ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ବଦଳି କରାଯାଇଛି। ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ। ଗତକାଲି ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହେବା ପରେ ଆଜି ଆଇଜି ଆଶିଷ ସିଂଙ୍କ ବଦଳି କରାଯାଇଛି।
ତେବେ ଆଇଜି ଶ୍ରୀ ସିଂଙ୍କ ବଦଳି ହେବା ନେଇ ନିର୍ବାଚନ ସମୟରୁ ଏକ ପ୍ରକାର ନିଶ୍ଚିତ ଥିଲା। ନିର୍ଵାଚନରେ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ନେଇ ତାଙ୍କୁ ବଦଳି କରିବା ପରେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୪ ମାସ ଛୁଟିରେ ରହିଥିଲେ। ପରେ ନିର୍ବାଚନ ଆୟୋଗ ଶ୍ରୀ ସିଂହଙ୍କର ମେଡିକାଲ ପରୀକ୍ଷା କରି ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏମ୍ସରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ad-week
Leave A Reply

Your email address will not be published.