ସୀମାନ୍ତ ପୁଲିସ ଦ୍ବାରା ମାଓ ଡମ୍ପ ଉଦ୍ଧାର

add-all

ମାଲକାନଗିରି: ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲ୍ଲୁରି ସୀତାରାମ ରାଜୁ ଜିଲ୍ଲା ଅନ୍ତର୍ଗତ ମାମ୍ପା ପୁଲିସ ଥାନା ଅଂଚଳର ବୁଦରାଲା ପଞ୍ଚାୟତର କାନ୍ନାଭାରମ ଗ୍ରାମ ନିକଟସ୍ଥ ଜଂଗଲରେ ପୁଲିସ କୁମ୍ବିଂ କରୁଥିବା ବେଳେ ମାଓ ଡମ୍ପ ଉଦ୍ଧାର କରିଛି। ଏହି ମାଓ ଡମ୍ପରେ ବିଦ୍ୟୁତ ତାର, ପ୍ଲଗ, ସ୍ବିଚ, ବ୍ୟାଟେରି, ଜୋତା, ଏମସିଲ ପ୍ୟାକେଟ, ଟାରପଲିନ, ମାଓ ପୁସ୍ତକ ଇତ୍ୟାଦି ଜବତ କରାଯାଇଛି।ଆଲ୍ଲୁରି ସୀତାରାମ ରାଜୁ ଜିଲ୍ଲାର ଏସପି ତୁହିନ ସିହ୍ନାଙ୍କ ନେତୃତ୍ବରେ ଜିଲ୍ଲାର ନକ୍ସଲ ପ୍ରବଣ ଅଂଚଳରେ ଗୁଇନ୍ଦାର ଖବର ଅନୁଯାୟୀ ଚଢାଉ ଜାରି ରହିଛି।
ମାଓବାଦୀ ଏଗୁଡ଼ିକ ପୁଲିସ ଉପରେ ଆକ୍ରମଣ ପାଇଁ ଲୁଚାଇ ରଖିଥିବା ପୁଲିସ କହିଛି। ଏସପି ଶ୍ରୀ ସିହ୍ନାଙ୍କ କହିବା ଅନୁଯାୟୀ ନକ୍ସଲ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେ ବିକାଶ ସମ୍ଭବ ହେବ। ନିରୀହ ଆଦିବାସୀଙ୍କୁ ଟାର୍ଗେଟ ନକରି ସେମାନେ କିପରି ଚାଷରେ ଉନ୍ନତି କରିବେ ସେନେଇ ତାଂକୁ ସହଯୋଗ କରାଯାଉ। ଆଦିବାସୀ ପିଲାଙ୍କୁ ପାଠ ପଢିବାର ଅଧିକାର ରହିଛି। ତାକୁ ତାଂକ ଠାରୁ ଛିନ୍ନ କରାନଯାଉ।ନକ୍ସଲ ଯେଉଁ ପଥରେ ଯାଉଛନ୍ତି କେବଳ ମୃତ୍ୟୁ ହିଁ ଶେଷ।ତେଣୁ ବାକି ଜୀବନ ସୁଖଶାନ୍ତିରେ କଟାଇବାକୁ ପୁଲିସ ନକ୍ସଲଙ୍କୁ ଅନୁରୋଧ କରିଛି। ଆଦିବାସୀ ଭାଇଭଉଣୀଙ୍କୁ ଅନୁରୋଧ ନକ୍ସଲଙ୍କର ମିଥ୍ୟା କଥାରେ ନପଡି ନିଜର ଉନ୍ନତି କରିବା ସହ ସରକାରଙ୍କୁ ସହଯୋଗ କରନ୍ତୁ।ପୁଲିସର ଘନ ଘନ ଚଢ଼ାଉରେ ନକ୍ସଲ ଏବେ ଦୁର୍ବଳ ହେବାକୁ ଲାଗିଲେଣି।

ad-week
Leave A Reply

Your email address will not be published.