ବାହୁଡା ଯାତ୍ରା ପ୍ରସ୍ତୁତି ; ରବିବାର ଅପରାହ୍ଣ ୫ଟାରୁ ବନ୍ଦ ରହିବ ଦର୍ଶନ

add-all

ପୁରୀ: ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ। ରଥ ଚଢି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ବିଜେ କରିଛନ୍ତି କାଳିଆ ସାଆନ୍ତ।ଜୁଲାଇ ୧୪ ଅର୍ଥାତ ରବିବାର ଅପରାହ୍ଣ ୫ଟାରୁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ବାହୁଡା ଯାତ୍ରା ପ୍ରସ୍ତୁତି ଲାଗି ଗୁଣ୍ଡିଚା ମନ୍ଦିରରେ ଦର୍ଶନ ବନ୍ଦ ରହିବ । ଏନେଇ ଶନିବାର ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ପକ୍ଷରୁୁ ସୂଚନା ମିଳିଛି । ଶୁକ୍ରବାର ଦର୍ପଦଳନ ଏବଂ ତାଳଧ୍ବଜ ରଥର ଦକ୍ଷିଣ ମୋଡ ସରିଥିଲା। ଆଜି ବଡ ଠାକୁରଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯାଇଛି। ତେବେ ତିନି ରଥ ନାକଚଣା ଦ୍ଵାର ଆଗରେ ଲାଗିଛି। ରବିବାର ଭୋଇ ସେବକ ମାନଙ୍କ ଦ୍ଵାରା ଚାରମାଳ ବନ୍ଧା କାର୍ଯ୍ୟ ସମ୍ପନ୍ନ କରାଯିବ। ସୋମବାର ବାହୁଡା ଯାତ୍ରା ଅନୁଷ୍ଠିତ ହେବ।

ad-week
Leave A Reply

Your email address will not be published.