କାନ୍ଥ ଭୁଶୁଡି ଜଣେ ମୃତ, ପାଚେରୀ କାନ୍ଥ ତଳେ ଚାପି ହୋଇଥିଲେ ମହିଳା

add-all

ନବରଙ୍ଗପୁର: କାନ୍ଥ ଭୁଶୁଡି ମହିଳା ମୃତ। ଏଭଳି ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ସଦର ମହାକୁମା ଚାମୁରିୟା ଗୁଡା ଅଞ୍ଚଳରେ। ମୃତ ମହିଳା ହେଲେ କୁସୁମା ଧାକଡ଼। ସ୍ୱାମୀ ଚନ୍ଦ୍ର ଧାକଡ଼। ସେ ସକାଳୁ ନିଜ ଘର ଚାରି ପାଖ ଝାଡୁ କରୁଥିବା ବେଳେ ଘର ପାଖର ଏକ ପାଚେରୀ କାନ୍ଥ ଭୁଶୁଡି ପଡିଲା।

ଫଳରେ ସେ କାନ୍ଥ ତଳେ ଚାପି ହୋଇ ରହିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ କାନ୍ଥ ତଳୁ ବାହାର କରାଯାଇଥିଲା। ଅନ୍ୟପଟେ ସ୍ଥାନୀୟ ଲୋକେ ଏହି ଘଟଣା ଦେଖି ତୁରନ୍ତ ୧୦୮ ସହାୟତାରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ad-week
Leave A Reply

Your email address will not be published.