ସବୁ ଜିଲ୍ଲାରେ ଖୋଲିବ ପରିବା ମଣ୍ଡି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

add-all

ଭୁବନେଶ୍ୱର: ଦରଦାମ ନିୟନ୍ତ୍ରଣ ପାଇଁ କରାଯିବ ପ୍ରୟାସ। ଏଥି ସହିତ ପ୍ରତି ଜିଲ୍ଲାରେ ଖୋଲିବ ପରିବା ମଣ୍ଡି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କଟକ, ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ଶୀଘ୍ର ପରିବା ମଣ୍ଡି ଖୋଲିବ। କୃଷକ ମଣ୍ଡିକୁ ଉତ୍ପାଦିତ ସାମଗ୍ରୀ ଆଣିବେ, ସେଇଠୁ ବିକ୍ରି ହେବ ବୋଲି କହିଛନ୍ତି ମନ୍ତ୍ରୀ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି ମଧ୍ଯ କହିଛନ୍ତି ଯେ, ମଣ୍ଡି ହେଲେ ମିଡିଲ୍ ମ୍ୟାନଙ୍କ ପ୍ରାଦୁର୍ଭାବ କମିବ। ଦର ନିୟନ୍ତ୍ରଣରେ ରହିବ। ତେବେ ଏନେଇ ଶୀଘ୍ର କୃଷି, ସମବାୟ ଓ ଖାଉଟି ବିଭାଗର ସମନ୍ୱୟ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ୧୩୭ରୁ ୨୦୦ ଲକ୍ଷ ଟନ୍ ଉତ୍ପାଦନ ନେଇ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ। ‘ଅଧିକ ଆଳୁ, ପିଆଜ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।

ad-week
Leave A Reply

Your email address will not be published.