ମର୍ଣ୍ଣିଂୱାକ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ବୃଦ୍ଧଙ୍କ ଜୀବନ

add-all

ଭୁବନେଶ୍ବର: ଭୁବନେଶ୍ବରର ଗଣ୍ଡମୁଣ୍ଡା ସ୍ଥିତ କଳାଭୂମି ନିକଟରେ ବାଲି ବୋଝେଇ ଟ୍ରକ ଧକ୍କାରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ଯୁ ଘଟିଛି। ସକାଳେ ମର୍ଣ୍ଣିଂୱାକ ସାରି ଫେରୁଥିଲା ବେଳେ ଏହି ଅଘଟଣ ଘଟିଛି। ମୃତକ ଜଣକ ୭୨ ବର୍ଷୀୟ ସଦାନନ୍ଦ ସ୍ବାଇଁ ବୋଲି ଜଣାପଡିଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯାଇଛି। ଏହାବ୍ୟତୀତ ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ଏନେଇ ଏବେବି ପୋଲିସ ପକ୍ଷରୁ ଜାରି ରହିଛି ତଦନ୍ତ।

ad-week
Leave A Reply

Your email address will not be published.