ନବୀନଙ୍କ ନାଁରେ ଏତଲା!

add-all

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନଙ୍କ ନାଁରେ ରୁଜୁ ହୋଇପାରେ ମାମଲା। କେବଳ ନବୀନ ନୁହନ୍ତି, ପୂର୍ବତନ ମନ୍ତ୍ରୀ ଓ ସଚିବଙ୍କୁ ମିଶାଇ ମୋଟ ୮ ଜଣଙ୍କ ବିରୋଧରେ ଏତଲା ଦେବ କହି ଚେତାଇଲାଣି ନିଖିଳ ଓ ଠିକାଦାର ମହାସଂଘ। ନବୀନ ମିଛ ପ୍ରତିଶ୍ରୁତି ଓ ପ୍ରତାରଣା କରିବା ଅଭିଯୋଗରେ ଗୁରୁବାର ଅର୍ଥାତ୍ ୧୮ ତାରିଖ ଦିନ ମଞ୍ଚେଶ୍ବର ଥାନାରେ ଏତଲା ଦେବ ବୋଲି ଆଜି ମହାସଂଘର ସୂଚନା ଦେଇଛି।

ଅଭିଯୋଗ ଅନୁଯାୟୀ, ୨୦୧୯ରେ ଲୋୟର ପିଏମଜିରେ ୧୦ ଦଫା ଦାବି ନେଇ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ସେହି ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହା ଭିତରେ ସାଢେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହା ପୂରଣ ହୋଇନାହିଁ।

ଏହାକୁ ନେଇ ଆଇନର ଦ୍ଵାରସ୍ଥ ହେବ ବୋଲି କହିଛି ମହାସଂଘ। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂହ, ରଘୁନନ୍ଦନ ଦାସ ଏବଂ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କ ନାମରେ ଏତଲା ଦିଆଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.