ଖୋଲତାଡ଼ ହେବ ‘ଆମ ଓଡ଼ିଶା ନବୀନ ଓଡ଼ିଶା’; ପଞ୍ଚାୟତିରାଜ ମନ୍ତ୍ରୀ

add-all

ଭୁବନେଶ୍ୱର: ନବୀନ ସରକାର ଦୁର୍ନୀତିର ଗନ୍ତାଘର । ଯେତେ ଖୋଳିଲେ ସେତେ ବାହାରୁଛି । ଏକଥା ଆମେ ନୁହେଁ କିଛି ଏମିତି ବିରୋଧୀ ଓ ଶାସକ ଦଳ କହୁଛନ୍ତି । କାରଣ ପୂର୍ବ ସରକାରରେ କ’ଣ ଚାଲିଥିଲା, କାହା ଦ୍ବାରା ଚାଲିଥିଲା ସବୁକିଛି ରହସ୍ୟ ଘରରେ। ନା ଅଫିସରଙ୍କ ପାଖରେ ଉତ୍ତର ଅଛି, ନା ସରକାରଙ୍କ ପାଖରେ। ଯାହାକୁ ନେଇ ଏବେ ଅଫିସରଙ୍କ ସ୍ତରରେ ବଡ ଧରଣର ଅଦଳବଦଳି କରିବା ସହିତ ନିଜର ମନ୍ତ୍ରୀମାନଙ୍କୁ ସବୁ କିଛିର ତନତନ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ମୋହନ ସରକାର।

ଏହି କ୍ରମରେ ଏବେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ମିଳିଥିବା ଅନୁଦାନରେ ଖୋଳତାଡ଼ ହେବ। ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଯାଞ୍ଚ କରିବେ ସରକାର। ଏମିତି କିଛି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। ଯାହାକୁ ନେଇ ମନ୍ତ୍ରୀ କହିଛନ୍ତି, ଆମ ଓଡିଶା ନବୀନ ଓଡିଶା କାମ ଖାଲି ରାମଙ୍କ ଭରସାରେ ଚାଲିଥିଲା। ଏଥିରେ କିଏ କରିଛି, ଅନୁଦାନରେ କେତେ କାମ ହୋଇଛି କିଛି ସୁଚନା ନାହିଁ। ବିଭାଗୀୟ ସଚିବ ବି ଏନେଇ କିଛି ଜାଣିନାହାନ୍ତି। ଖାଲି ଜେଇମାନଙ୍କ ନାଁରେ କାର୍ଯ୍ୟାଦେଶ ଆସୁଥିଲା।

କାମ କେତେ ହୋଇଛି, କ’ଣ ହୋଇଛି, ସେନେଇ ସବୁ ଅନିୟମିତାର ଖୋଳତାଡ ହେବ। ଏହି ଯୋଜନାରେ କିଛି କାମ ହୋଇଛି । କିନ୍ତୁ ଯୋଜନା ବାବଦରେ ବିଭାଗ ଅବଗତ ନାହିଁ। ଏହା କୌଣସି ଯୋଜନା ନଥିଲା। ତୃତୀୟ ମହଲା ମନଟରିଂ କରୁଥିଲା, ବ୍ଲକ ଓ ଡିଆରଡିଏ ଏହାକୁ କାର୍ଯ୍ୟକାରୀ କରୁଥିଲା। ଖୋଳତାଡ ହେଲେ କାହାକୁ ଧରାଯିବ, କିଏ ଉତ୍ତରଦାୟୀ ତାହା ସବୁଠୁ ବଡ ପ୍ରଶ୍ନବାଚୀ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।

ad-week
Leave A Reply

Your email address will not be published.