ଆସନ୍ତାକାଲି ଖୋଲିବ ଭିତର ରତ୍ନଭଣ୍ଡାର, କଟକଣା ଜାରି କଲେ ଶ୍ରୀମନ୍ଦିର ପ୍ରଶାସକ

add-all

ପୁରୀ: ଭିତର ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ଓ ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ପ୍ରତିକ୍ରିୟା। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ପୁଣିଥରେ ଭିତର ଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ଭଣ୍ଡାର ଖୋଲାହେବା ପୂର୍ବରୁ ମନ୍ଦିରରେ ପ୍ରବେଶ ନେଇ ବିଭିନ୍ନ କଟକଣା ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସକ।

କଟକଣା ଅନୁଯାୟୀ, ସକାଳ ୮ଟାରୁ ସିଂହଦ୍ୱାରକୁ ଛାଡ଼ି ଅନ୍ୟ ୩ ଦ୍ୱାର ବନ୍ଦ କରାଯିବ। ଶ୍ରୀମନ୍ଦିର ଭିତରକୁ ପ୍ରବେଶ ସହ ଦର୍ଶନ ଉପରେ କଟକଣା ରହିବ। ସିଂହଦ୍ୱାର ଦେଇ ଅଧିକୃତ ବ୍ୟକ୍ତି ଓ ମନ୍ଦିରରେ ସେବା ଥିବା ସେବାୟତ ଯିବେ। ପ୍ରଥମେ ଭିତର ରତ୍ନଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବ।

ସ୍ଥାନାନ୍ତର ପରେ ଆନୁଷଙ୍ଗିକ ପ୍ରକ୍ରିୟା ସାରି ଏଏସଆଇ (ASI)କୁ ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ। ଏଏସଆଇ କେତେଦିନ ଭିତରେ ମରାମତି ସାରିବ, ସେନେଇ ଆଲୋଚନା ହୋଇ ନିର୍ଦ୍ଧାରଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ad-week
Leave A Reply

Your email address will not be published.