‘ଆହାର’ ଯୋଜନା ବନ୍ଦ ହେବନାହିଁ

add-all

ଭୁବନେଶ୍ବର : ସାଧାରଣ ଲୋକଙ୍କୁ ୫ ଟଙ୍କାରେ ମିଳୁଥିବା ଭୋଜନ ‘ଆହାର’ ଯୋଜନା ବନ୍ଦ ହେବନାହିଁ। ଆହାର ପ୍ରତି ଲୋକଙ୍କ ଆଗ୍ରହ ଅଛି ଓ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ସେପଟେ ଆହାର ଯୋଜନାର ନାଁ ପରିବର୍ତ୍ତନ ନେଇ ପରବର୍ତ୍ତୀ ସମୟରେ ସମୀକ୍ଷା ମଧ୍ୟ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଆହାର କେନ୍ଦ୍ର ପରିଦର୍ଶନ ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ଏହି ଯୋଜନାରେ ସୁସ୍ଥ ଓ ପରିସ୍କାର ପରିବେଶରେ ପୁଷ୍ଟିକର ଖାଦ୍ୟ ଦେବା ଉପରେ ମନ୍ତ୍ରୀ ଗୁରୁତ୍ୱରୋପ କରିଛନ୍ତି। ସେହିଭଳି ଆହାର ଯୋଜନାରେ ମିଳୁଥିବା ଖାଦ୍ୟ ନିମ୍ନ ମାନର ଥିଲେ ବିଏମସି ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଜଣାଇବାକୁ ମନ୍ତ୍ରୀ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ad-week
Leave A Reply

Your email address will not be published.