କମିସନରରେଟ୍‌ ପୁଲିସ ହାତରେ ତାମିଲନାଡୁ ଲୁଟେରା ଗ୍ୟାଙ୍ଗ୍‌: ୪ ଅଭିଯୁକ୍ତ ଗିରଫ

add-all

ଭୁବନେଶ୍ବର: ରାଜଧାନୀରୁ ତାମିଲନାଡୁର ଏକ ଲୁଟେରା ଗ୍ୟାଙ୍ଗ୍ ଗିରଫ। ଏହି ତୀରଛି ଗ୍ୟାଙ୍ଗ୍ ରାଜଧାନୀର ଗଳି କନ୍ଦିରେ ବୁଲୁଥିଲେ ଏବଂ କାର କାଚ ଭାଙ୍ଗି ଲୁଟ୍ କରୁଥିଲେ । ମୋଟ୍ ଚାରି ଜଣଙ୍କୁ ପୁଲିସ ଗିରଫ କରିଛି। ୪ଟି ଲାପଟପ ଓ ୨୫ଟି ମୋବାଇଲ ଜବତ ହୋଇଛି। କାର କାଚ ଭାଙ୍ଗି ଲୁଟ୍ କରିବା ସହିତ ଜନ ଗହଳି ଅଞ୍ଚଳରେ ଏମାନେ ପକେଟ୍ ମାର କରୁଥିଲେ। ବାଟୁଳିଖଡା ବା ଚିଟିକିଣି ଧରି ରାଜଧାନୀରେ ଏମାନେ ବୁଲୁଥିଲେ। କାର କାଚ ଭାଙ୍ଗିବା ପାଇଁ ଏମାନେ ବ୍ୟବହାର କରୁଥିଲେ ଆଇରନ ବଲ ବା ଲୁହା ବାଟୁଳି। ଏହି ସବୁକୁ ଚକୋଲେଟ ରାପରରେ ଗୁଡାଇ ରଖୁଥିଲେ।

ad-week
Leave A Reply

Your email address will not be published.