ଚିକିଟୀ – -ଗଞ୍ଜାମ ଜିଲ୍ଲା ଚିକିଟୀ ଦିଗପହଣ୍ଡି ମଧ୍ୟରେ ରେ ବୋହି ଯାଉଥିବା ବାହୁଦା ନଦୀ ଶଯ୍ୟାରୁ ପ୍ରଶାସନ ସାଙ୍ଗକୁ ଖଣି ବିଭାଗ କୁ ଖୋଲା ଚାଲେଞ ଦେଇ ସ୍ଵଷ୍ଟ ଦିବାଲୋକରେ ମାଫିଆ ବେଧଡକ ବାଲି ଚୋରା ଚାଲାଣ କରୁଥୁବା ଦେଖିବାକୁ ମିଳିଛି |ଚିକିଟୀ ସ୍ଥିତ ନୂଆପଡା ରାଜସ୍ବ ଇଲାକା ଶିରିପୁର ସମେତ ଭ୍ରମରପୁର ମୌଜା ଡାଉଣି, ଟିକରପଡା ରୁ ଦୀର୍ଘ ଦିନ ଧରି ବେଆଇନ ଭାବେ ଶହ ଶହ ଟ୍ରାକଟର ବାଲି ଅହ ରହ ଭାବେ ଚାଲାଣ ଚାଲିଛି |ଏନେଇ ଖଣି ବିଭାଗ ଅଧିକାରୀ ଙ୍କୁ ବାରମ୍ବାର ଯୋଗା ଯୋଗ କରି ସୂଚନା ପ୍ରଦାନ କରାଯାଉଥିବା ସତ୍ବେ ବିଭଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ରହିବା ପଛରେ କି କାରଣ ରହିଛି |ତେବେ ଏହି ବାଲି ଚାଲାଣ ରାଜସ୍ବ ବିଭାଗ ତହସିଲ ପ୍ରଶାସନ ର ଜାଣତରେ ହେଉଥିବା ଅଭିଯୋଗ ହେବା ସାଙ୍ଗକୁ ରାଜସ୍ବ ବିଭାଗ ଦାୟିତ୍ୱ ହସ୍ତାନ୍ତର କରିଥିବା ଖଣି ବିଭାଗ ର ମଧ୍ୟ ଏପରି ଚୋରା ଚାଲାଣ ପଛରେ ସହଯୋଗ ରହିଥିବା ଶୁଣିବାକୁ ମିଳୁଛି |ଉଭୟ ବିଭାଗ ସହଯୋଗ ରେ ଚଢ଼ାଉ କରି ଖଜଣା ଆଦାୟ କରିବା ବ୍ୟବସ୍ତା ରହିଥିଲେ ମଧ୍ୟ ତାହା କରାଯାଉନାହିଁ କାହିଙ୍କି ବୋଲି ପ୍ରଶ୍ନରେ ତହସିଲ ରାଜସ୍ବ ବିଭାଗ କହିବା ମୁତାବକ ଖଣି ବିଭାଗକୁ ଦାଇତ୍ୱ ହସ୍ତାନ୍ତର ପରେ ଏନଫୋର୍ସମେଣ୍ଟ ଦାୟିତ୍ୱ ତହସିଲ ପାଖରେ ରହିଥିଲେ ମଧ୍ୟ ସୂଚନା ପ୍ରକାରେ ଖଣି ବିଭାଗ ତହସିଲ କୁ ଆବଶ୍ୟକ ପରିମାଣ ର ତେଲ ଖର୍ଚ୍ଚ ଦେଉନାହିଁ |ଯୋଦ୍ୱାରା ତହସିଲ ପ୍ରଶାସନ କୌଣସି ଯାଞ୍ଚ କରୁନଥୁବା ସୂଚନା ମିଳିଛି |ଜାହାର ସୁଯୋଗ ରେ ବିଭିନ୍ନ ସ୍ଥାନରୁ ବେଆଇନ ଚୋରା ବାଲି ଚାଲାଣ ବୃଦ୍ଧି ପାଇବାରେ ଲାଗିଛି | ନାମକୁ ଗୁପ୍ତ ରଖି ମାଫିଆଙ୍କ ସୂଚନା ମୁତାବକ ହାତଗୁଞ୍ଜା ରେ ବିଭାଗୀୟ ଅଧିକାରୀଙ୍କ ପକେଟ ଗରମ ହେଉଥିବା ବେଳେ ସରକାର ମାସିକ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉ ଥୁବା ସୂଚନା ମିଳିଛି | କୌଣସି ନିଲାମ ଘାଟ ନଥାଇ ମଧ୍ୟ ପ୍ରତିଦିନ ସ୍ୱଷ୍ଠ ଦିବା ଲୋକରେ ଶହ ଶହ ବାଲି ଗାଡି ବେଆଇନ ଭାବେ ଉଠାଯାଇ ୨ରୁ୩ହଜାର ଟଙ୍କାରେ ବିକ୍ରି ହେଉଛି |ଏହା ମାଫିଆଙ୍କ ଭୂସ୍ବର୍ଗ ପାଲଟିଥିବା ବେଳେ ସରକାର ଙ୍କ ପାଇଁ ସର୍ବନାଶ ହୋଇ ବାଲି ମାଫିଆ ମାଲା ମାଲ ହେଉଛନ୍ତି |ଏଣୁ ଏହି ବାହୁଦା ଅବବାହିକା ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟି ଥିବାରୁ ଦିନକୁ ଦିନ ଅଧିକ ବାଲି ମାଫିଆ ସକ୍ରିୟ ହୋଇ ବେଆଇନ ବାଲି ଉଠାଣ ବୃଦ୍ଧି ପାଇଛି | ତେବେ ଖଣି ବିଭାଗ ସବୁ ଜାଣି ଚୁପ ରହିବା ପଛରେ କି କାରଣ ରହିଛି? ଜାହା ସାଧାରଣରେ ସନ୍ଧେହ ସୃଷ୍ଟି କରୁଛି |ଏଣୁ ରାଜ୍ୟ ଖଣି ବିଭାଗ ତୁରନ୍ତ ଏହି ଚୋରା ବାଲି ଚାଲାଣ କୁ ରୋକିବା ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି |ତେବେ ଏଭଳି ଚୋରା ବାଲି ଚାଲାଣ ର ପ୍ରଛଦ ପଟର ମୁଖ୍ୟ ନାୟକ କିଏ ତାକୁ ନେଇ ମଧ୍ୟ ପ୍ରଶ୍ନ ବାଚୀ ସୃଷ୍ଟି ହେବା ସାଙ୍ଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି |
