ଗାଁରେ ଝାଡାବାନ୍ତି ଆତଙ୍କ, ୨୫ ଆକ୍ରାନ୍ତ, ୨ ମୃତ

add-all

ଭଞ୍ଜନଗର: ବର୍ଷା ଦିନ ଆସୁ ଆସୁ ସାରା ରାଜ୍ୟରେ କାୟା ବିସ୍ତାର କଲାଣି ଝାଡାବାନ୍ତି। ଅପରିଷ୍କାର ପାଣି ନେବାରେ ଲାଗିଛି ଗୋଟେ ପରେ ଗୋଟେ ଜୀବନ। ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଗତ ଗୋଟେ ସପ୍ତାହ ମଧ୍ୟରେ ଗାଁରେ ପ୍ରାୟ ୨୫ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏପରି କି ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ସୂଚନା ଅନୁସାରେ, ଗତ ଗୋଟେ ସପ୍ତାହ ଭିତରେ ଟିକରପଡ଼ା ଗାଁରେ କାୟା ବିସ୍ତାର କରିଛି ଝାଡାବାନ୍ତି। ବର୍ତ୍ତମାନ ସୁଦ୍ଧା ୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ବେଳେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କିନ୍ତୁ ପ୍ରଶାସନର ନିଘା ନାହିଁ। ନାଁ ଗାଁ କୂଅ ପୋଖରୀ ସଫା ହେଉଛି ନାଁ ପିଇବାକୁ ଭଲ ପାଣି ମିଳୁଛି। ଫଳରେ ଏପରି ସ୍ଥିତି ଉପୁଜିଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ad-week
Leave A Reply

Your email address will not be published.