ନାବାଳିକାଙ୍କୁ ଗଣଦୁଷ୍କର୍ମ; ୪ ଜଣଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌, ୪ ଲକ୍ଷ ଜରିମାନା

add-all

ଯାଜପୁର : ଗଣଦୁଷ୍କର୍ମ ଅଭିଯୋଗରେ ଯାଜପୁର ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଆଜି ୪ଜଣ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ୨୦ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ସେମାନଙ୍କୁ ୪ଲକ୍ଷ ଟଙ୍କା ଜରିମାନା ଏବଂ ଅନାଦାୟ ଅଧିକ ୬ମାସ କାରାଦଣ୍ଡ ଭୋଗିବା ନେଇ ରାୟ ଶୁଣାଇଛନ୍ତି। ଏହି ଲୋମଟାଙ୍କୁରା ଘଟଣା ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅଞ୍ଚଳରେ ୨୦୨୧ ମସିହାରେ ଘଟିଥିଲା। ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତମାନେ ହେଲେ ଟାଟା ମାଇନ୍ସ କଲୋନିର ସତ୍ୟବ୍ରତ ବେହେରା (୨୪), ରବି ନାୟକ (୨୪), ସନ୍ତୋଷ ପୃଷ୍ଟି (୨୩) ଓ ଉମେଶ ମହାନ୍ତ (୪୮)।
ମାମଲାର ବିବରଣୀ ଅନୁସାରେ ୨୦୨୧ ମାର୍ଚ୍ଚ ୭ ତାରିଖ ଦିନ ଜନୈକା ନାବାଳିକା ଯୁକ୍ତ୨ ଛାତ୍ରୀ ପୁରୁଷବନ୍ଧୁଙ୍କ ସହିତ ଖଣିଅଞ୍ଚଳ ବୁଲି ସନ୍ଧ୍ୟାରେ ଫେରୁଥିଲେ। ଜଙ୍ଗଲ ରାସ୍ତା ଦେଇ ନିଜ ଘରକୁ ଫେରିବା ସମୟରେ ଅଭିଯୁକ୍ତମାନେ ଉଭୟଙ୍କୁ କାବୁ କରି ନେଇଥିଲେ। ପୁରୁଷବନ୍ଧୁଙ୍କୁ କାବୁ କରିବା ପରେ ନାବାଳିକାଙ୍କୁ ଜଣକ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ।

ad-week
Leave A Reply

Your email address will not be published.