ଓଡ଼ିଶାର ପ୍ରଗତି ପାଇଁ ବିରୋଧୀ ଦଳ ସ୍ବର ଶାଣିତ କରିବ

add-all

ଭୁବନେଶ୍ୱର,୨୦ା୭: ଶନିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ବସିଥିଲା। ଉକ୍ତ ବୈଠକରେ ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପମୁଖ୍ୟସଚେତକ ବିଧାୟକ ପ୍ରତାପ ଦେବଙ୍କ ସମେତ ୫୧ ବିଧାୟକଙ୍କ ସହ ନବୀନ ଆଲୋଚନା କରିଛନ୍ତି। ବିଧାନସଭାରେ ବିରୋଧୀ ଦଳ ଭାବେ ବିଜେଡି ସ୍ବର ଶାଣିତ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ବୈଠକ ପରେ ପ୍ରମିଳା ଏବଂ ପ୍ରତାପ ଦେବ ଏହା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ପ୍ରଗତି ପାଇଁ ବିରୋଧୀ ଦଳ ସ୍ବର ଶାଣିତ କରିବ। ଯେଉଁ ସବୁ ବିଭାଗ ଦାୟିତ୍ୱ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଛନ୍ତି ତାହାକୁ ନିର୍ବାହ କରିବୁ। ଭାଜପା ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛି ନା ନାହିଁ ଦେଖିବୁ ବୋଲି ବିଜେଡି କହିଛି।

ad-week
Leave A Reply

Your email address will not be published.