ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗୀର ସହର, ମନ୍ଦିରରେ ପଶିଲା ପାଣି

add-all

ବଲାଙ୍ଗିର: ଗତ କିଛି ଦିନ ହେବ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିଛି। ବଲାଙ୍ଗୀର ଜିଲ୍ଲାରେ ଜୋରଦାର ବର୍ଷା ଲାଗି ରହିଛି। ସହରର ତଳି ଅଂଚଳରେ ବର୍ଷା ପାଣି ପଶି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ସନ୍ଧ୍ୟାରେ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ନାଳ ନର୍ଦ୍ଦମା ପୁରି ରାସ୍ତାରେ ପାଣି ବହିବା ସହ ବିଭିନ୍ନ ଗଳିକନ୍ଦିରେ ବର୍ଷା ପାଣି ଲହଡ଼ି ଭାଙ୍ଗିଥିଲା।

ପ୍ରବଳ ବର୍ଷା କାରଣରୁ ବଲାଙ୍ଗିରର ଇଷ୍ଟଦେବୀ ମା ସମଲେଶ୍ଵରୀଙ୍କ ମନ୍ଦିରରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବା ଦେଖିବାକୁ ମିଳିଛି । ମନ୍ଦିର ସମ୍ମୁଖରେ ପାଣି ଜମିଥିବା ବେଳେ ମନ୍ଦିର ଭିତରକୁ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି । ସମଲେଶ୍ୱରୀ ମନ୍ଦିର ସମେତ ପାଟଣେଶ୍ୱରି ମନ୍ଦିର ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପାଣି ପଶିଯାଇଥିବା ସୂଚନା ମିଳିଛି।

ଅନ୍ୟପଟେ ବଲାଙ୍ଗୀର ସହରର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀଙ୍କ ମନ୍ଦିରର ଛାତରୁ ପାଣି ଗଳୁଥିବା ବେଳେ ତଳପଟେ ବର୍ଷା ପାଣି ପ୍ରବେଶ କରୁଛି। ଡ୍ରେନ୍‌ ସହିତ ମିଶିଥିବା ଅପରିଷ୍କାର ପାଣି ମନ୍ଦିର ଭିତରକୁ ପ୍ରବେଶ କରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.