ହାଉସ୍‌ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

add-all

ଭୁବନେଶ୍ବର: ହାଉସ୍‌ କମିଟିରେ ସ୍ଥାନ ପାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ୧୨ ଜଣିଆ ହାଉସ୍‌ କମିଟିରେ ସ୍ଥାନ ଦେଲେ ବାଚସ୍ପତି ଓମ୍‌ ବିର୍ଲା। ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସ୍ଥାନ ପାଇଲେ ଅପରାଜିତା।

ଏହି ୧୨ ଜଣିଆ ହାଉସ୍ କମିଟିରେ ଅଛନ୍ତି, କଲ୍ୟାଣ ବାନାର୍ଜୀ, ସୁଧୀର ଗୁପ୍ତା, କୃପାନାଥ ମଲ୍ଲାହ, ଡି. ପୁରନ୍ଦେଶ୍ୱରୀ, ସୁଖଜିନ୍ଦର ସିଂହ ରାନ୍ଧୱା, ଏମ୍‌ଏସ୍‌ ରେଡ୍ଡୀ, କୋଡିକୁନ୍ନିଲ ସୁରେଶ, ଡକ୍ଟର ଟି ସୁମତି, ଅକ୍ଷୟ ଯାଦବ ଓ ଦୀନେଶ ଚନ୍ଦ୍ର ଯାଦବ ଅଛନ୍ତି।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ବାଚସ୍ପତି ଓମ୍ ବିର୍ଲା ବିଜନେସ ଆଡଭାଇଜରୀ କମିଟି ଗଠନ କରିଥିଲେ। ଏଥିରେ ଓଡ଼ିଶାର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ସଦସ୍ୟ ପଦ ପାଇଥିଲେ।

ad-week
Leave A Reply

Your email address will not be published.