ଦାଦନ ଖଟିବାକୁ ଯାଇ ୧୯୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି

add-all

ଭୁବନେଶ୍ବର : ଗତ ୫ ବର୍ଷରେ ଓଡ଼ିଶାରୁ ବାହାର ରାଜ୍ୟକୁ କାମ କରିବାକୁ ଯାଇ ୧୯୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ସେହିପରି ବିଦେଶକୁ କାମ କରିବାକୁ ଯାଇ ୩୧ ଜଣଙ୍କ ଜୀବନ ଯାଇଛି। ତାମଧ୍ୟରୁ କେବଳ ୮ ଜଣଙ୍କ ମରଶରୀର ରାଜ୍ୟକୁ ଫେରିପାରିଛି। ବିଜେଡି ବିଧାୟକ ସନାତନ ମହାକୁଡଙ୍କ ଲିଖିତ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
ଗୃହରେ ଶ୍ରମ ମନ୍ତ୍ରୀ ରଖିଥିବା ଉତ୍ତର ଅନୁସାରେ, ବଲାଙ୍ଗୀରରୁ ସର୍ବାଧିକ ୨୧ ଜଣ ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଯାଇ ପ୍ରାଣ ହରାଇଛନ୍ତି। ସେହିପରି କନ୍ଧମାଳରୁ ୧୯, ରାୟଗଡାରୁ ୧୮, ବ୍ରହ୍ମପୁରରୁ ୧୫ ଓ କଳାହାଣ୍ଡିରୁ ୧୦ ଜଣ ଶ୍ରମିକଙ୍କ ବାହାର ରାଜ୍ୟରେ ଜୀବନ ଯାଇଛି।

ad-week
Leave A Reply

Your email address will not be published.