ଗାଁକୁ ରାସ୍ତା ନାହିଁ, ୩ କିଲୋମିଟର ବୁହାହେଲେ ଗର୍ଭବତୀ

add-all

କୋରାପୁଟ : ଜିଲ୍ଲାରେ ଥମୁନି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ। ୩ କିଲୋମିଟର ବୁହାହେଲେ ଗର୍ଭବତୀ। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତର ଡୋକରୀଘାଟି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା।
ଡୋକରୀଘାଟି ଗାଁର ରମେଶ ତାଡିଙ୍ଗିଙ୍କ ସ୍ତ୍ରୀ ରୋଜୀ ତାଡିଙ୍ଗିଙ୍କର ଆଜି ସକାଳୁ ଗର୍ଭ ଯନ୍ତ୍ରଣା ହୋଇଥିଲା। ରମେଶ ରୋଜୀଙ୍କୁ ମେଡିକାଲକୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଠିକ୍ ସମୟରେ ଆସିଯାଇଥିଲା। ହେଲେ ଗାଁ ଠାରୁ ତିନି କିଲୋମିଟ ଦୂରରେ ଆମ୍ବୁଲାନ୍ସଟି ଅଟକି ଯାଇଥିଲା। ଆଜି ସକାଳେ ପ୍ରର୍ବଳ ବର୍ଷା ହୋଇଥିବାରୁ ଗାଁର ରାସ୍ତା କାଦୁଅ ପଚପଚ। ସେଥି ପାଇଁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ।
ଫଳରେ ରମେଶ ତାଙ୍କ ସ୍ତ୍ରୀ ରୋଜୀଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଏକ ବାଉଁଶରେ ଲୁଗା ବାନ୍ଧି ଭାର ଦ୍ବାରା ୩ କିଲୋମିଟର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିନେଇଥିଲେ। ସେଠାରୁ ରୋଜୀଙ୍କୁ ନାରାୟଣପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ରୋଜୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ମାଁ ଓ ଶିଶୁ କନ୍ୟା ଭଲ ଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.