୬ଟି ଭାରତୀୟ ଭାଷାକୁ ମିଳିଛି ଶାସ୍ତ୍ରୀୟ ମାନ୍ୟତା

add-all

ନୂଆଦିଲ୍ଲୀ : କେନ୍ଦ୍ର ସଂସସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌‌ କହିଛନ୍ତି, ୬ଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ଲୋକସଭାରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଶେଖାୱତ୍‌‌ କହିଛନ୍ତି, ତାମିଲ୍‌‌, ସଂସ୍କୃତ, କନ୍ନଡ, ତେଲୁଗୁ, ମାଲାୟଲମ୍‌‌ ଏବଂ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। କେନ୍ଦ୍ର ସରକାର ଏହିସବୁ ଭାଷା ଗୁଡ଼ିକର ବିକାଶ ସମେତ ସମସ୍ତ ଭାରତୀୟ ଭାଷାର ଉନ୍ନତି ଲାଗି କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି, ଜାତୀୟ ଶିକ୍ଷାନୀତି ୨୦୨୦ରେ ସମସ୍ତ ଭାରତୀୟ ଭାଷାର ଯଥେଷ୍ଟ ବିକାଶ ଲାଗି ବ୍ୟବସ୍ଥା କରାଯାଇଛି।
କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ ସମସ୍ତ ଭାଷା ସମେତ କନ୍ନଡ଼, ତେଲୁଗୁ, ମାଲାୟଲମ୍‌‌ ଏବଂ ଓଡ଼ିଆ ଭାଷାର ବିକାଶ ଲାଗି ନିରନ୍ତର କାର୍ଯ୍ୟ କରୁଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ସଂସ୍କୃତ ଭାଷାର ଅଧିକରୁ ଅଧିକ ବ୍ୟବହାର ଲାଗି ସରକାର ଗୁରୁତ୍ୱ ଦେଉଛନ୍ତି।

ad-week
Leave A Reply

Your email address will not be published.