‘ରତ୍ନଭଣ୍ଡାର ଅଳଙ୍କାର ଗୁଡ଼ିକ ଗଣତିମଣତି ପାଇଁ ଇସ୍ୟୁ ହୋଇସାରିଛି SOP’

add-all

ପୁରୀ: ଏଏସଆଇ ମରାମତି କରି ସାର୍ଟିଫିକେଟ୍‌ ଦେଲେ ରତ୍ନଭଣ୍ଡାର ଗଣତି, ମଣତି ହେବ। ରତ୍ନଭଣ୍ଡାର ଗଣତି, ମଣତି ନେଇ ଜଷ୍ଟିସ ବିଶ୍ବନାଥ ରଥ ଦେଲେ ସୂଚନା। ମରାମତି ଏମିତି ହେବା ଦରକାର ଯାହା ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନି ବୋଲି କହିଲେ ଜଷ୍ଟିସ ରଥ।

ଜଷ୍ଟିସ ରଥଙ୍କ କହିବା ଅନୁସାରେ, ମରାମତିରେ ବ୍ରେକର ଲାଗି ପାରିବନି, ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ସେହିପରି ଏସଓପି କନଫିଡେନ୍ସିଆଲ ରହିଛି। ଏହାକୁ ପ୍ରକାଶ କରାଯାଇ ପାରିବ ନାହିଁ। ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି କହିଛନ୍ତି ଜଷ୍ଟିସ ରଥ।

ପୂର୍ବରୁ ଜଷ୍ଟିସ ରଥ କହିଥିଲେ ଯେ, ଭଣ୍ଡାର ଖୋଲି ସାରିଛି ଏବେ ପ୍ରଥମେ ଏହାର ମରାମତି ରକ୍ଷଣାବେକ୍ଷଣ କାମ ହେବ। ପରେ ହେବ ଗଣତି ମଣତି। ଭଣ୍ଡାର ଘର ବ୍ୟତୀତ ଅନ୍ୟ କେଉଁଠାରେ ଗଣତି ହେଲେ ସାଧାରଣ ଲୋକଙ୍କ ନଜର ସେଥିରେ ପଡିବ ଯାହାକି ଠିକ୍ ହେବ ନାହିଁ। ବହୁ ପୁରାତନ ମନ୍ଦିର ଗୃହ ତେଣୁ ସାଧରଣ ଗୃହ ଭଳି ନୁହଁ ଅତି ଯତ୍ନବାନ୍ ଭାବେ ଏହାର ମରାମତି ଆବଶ୍ୟକ ବୋଲି କହିଛନ୍ତି ବିଶ୍ବନାଥ ରଥ।

ad-week
Leave A Reply

Your email address will not be published.