ଚା’ ପିଇବା ବେଳେ ମାଡ଼ିଗଲା ପିକଅପ୍ ଭ୍ୟାନ୍, ୩ ମୃତ

add-all

ସମ୍ବଲପୁର : ସୋନପୁର-ସମ୍ବଲପୁର ରାସ୍ତାର ମେଟକାନୀ ମନ୍ଦିର ସାମ୍ନାରେ ପିକଅପ୍ ଭ୍ୟାନ୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଆଇଁଲାଛାଟ ଗାଁର ରାଜା କୁମ୍ଭାର, ନାରାୟଣ ଟିକ୍ରା ଗାଁର ଦେବାନନ୍ଦ ସୁରୁଜାଲ ଓ ମାଟିଖାଇ ଗାଁର ସୁଶାନ୍ତ ସାହୁ। ଗୁରୁତର ଆହତ ଜଣକ ହେଲେ ଆଇଁଲାଛାଟ ଗାଁର କରଣ କୁମ୍ଭାର। ତାଙ୍କୁ ଉଲୁଣ୍ଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଏମାନେ ସମସ୍ତେ ମେଟକାନୀ ମନ୍ଦିର ସମ୍ନାରେ ରାସ୍ତାକଡ଼ରେ ଚା’ ଦୋକାନରେ ଚା’ ପିଉଥିଲେ। ସେଇ ସମୟରେ ସୋନପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକ ସେମାନଙ୍କୁ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ।
ଧକ୍କା ଦେଇଥିବା ପିକଅପ୍ ଭ୍ୟାନଟି ଘଟଣାସ୍ଥଳରୁ ଫେରାର ହୋଇଥିଲା। ତେବେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପିକଅପ୍ ଭ୍ୟାନର ଡ୍ରାଇଭରଙ୍କୁ ଖୋଜୁଛି।

ad-week
Leave A Reply

Your email address will not be published.