ସପ୍ତାହକ ମଧ୍ୟରେ ଝାଡ଼ାବାନ୍ତିରେ ଗଲାଣି ୭ ଜୀବନ; ୫୦ ଆକ୍ରାନ୍ତ

add-all

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି। ସପ୍ତାହକ ମଧ୍ୟରେ ଲଖପାଲି, ମୁଣ୍ଡୋଦରହ ଓ କୁରୁଲ ଗାଁରେ ଝାଡ଼ାବାନ୍ତିରେ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି।
୧୦ ଜଣ ଆକ୍ରାନ୍ତଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ କୁରୁଲ ପଞ୍ଚାୟତ ଅଫିସରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲା ଯାଇ ମେଡିକାଲ ଟିମ୍ ଚିକିତ୍ସା କରୁଛନ୍ତି। ଝାଡ଼ାବାନ୍ତିରେ ଲଖପାଲି ଗାଁରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୁଣ୍ଡୋଦରହ ଗାଁର ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ପୁଇଁତଲା ଗାଁରେ ୩ ଜଣଙ୍କର ମୃତ୍ୟୁ ଘଟିଛି।
ଗାଁକୁ ମେଡିକାଲ ଟିମ୍ ଯାଇ ଅନ୍ୟମାନଙ୍କର ଚିକିତ୍ସା କରୁଛନ୍ତି। ଝାଡ଼ାବାନ୍ତି ବ୍ୟାପିକାର କାରଣ ଜଣାପଡ଼ି ନଥିବା ବେଳେ ନଳକୂପ ପାଣି ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ କରାଯାଉଛି। ସ୍ୱାସ୍ଥ୍ୟବିଭାଗ ପାଣି ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି।

ad-week
Leave A Reply

Your email address will not be published.