ଅନଲାଇନ ଗେମରୁ କୋଟିପତି; ଘରେ ପଶିଲା ଇଡି

add-all

ଅନଲାଇନ୍ ଗେମ ଖେଳି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ବ୍ୟାଙ୍କ ଆକାଉଣ୍ଟରେ କୋଟିକୋଟି ଟଙ୍କା କାରବାରକୁ ନେଇ ୬ଜଣଙ୍କ ଘରେ ଚଢ଼ାଉ କରିଛି ଇଡି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡ଼ଗୋଗୁଆ ଗାଁରେ ରହୁଥିବା ୬ଜଣଙ୍କ ଘରେ ଇଡି ଚଢ଼ାଉ କରିଛି।

କୋଲକାତାର ୪୦ ଜଣିଆ ଇଡି ଟିମ୍ ଏହି ଚଢ଼ାଉ କରିଛନ୍ତି। ସଂପୃକ୍ତ ଯୁବକମାନେ ଫେରାର ଥିବାବେଳେ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି ଇଡ଼ି।

ବଡ଼ଗୋଗୁଆ ଗାଁରେ ରହୁଥିବା କିଛି ଯୁବକ ଅନଲାଇନ୍ ଗେମ ଖେଳି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଇଡି ନିକଟରେ ଅଭିଯୋଗ ହୋଇଥିଲା। ଇଡି ଘଟଣାର ଖୋଳତାଡ଼ କରିଥିଲା। ବ୍ୟାଙ୍କ ଆକାଉଣ୍ଟରେ କୋଟିକୋଟି ଟଙ୍କା କାରବାର ହେଉଥିବା ଇଡି ଜାଣିବାକୁ ପାଇଥିଲା। ଆଜି କୋଲକାତାର ୪୦ ଜଣିଆ ଇଡି ଟିମ୍ ବଡ଼ଗୋଗୁଆ ଗାଁରେ ଚଢ଼ାଉ କରି ଖୋଳତାଡ଼ ଆରମ୍ଭ କରିଛି। ଏତେ ଟଙ୍କା କୁଆଡ଼ୁ ଆସୁଛି? କିଏ ଏହି ଟଙ୍କା
କାରବାର ପଛରେ ରହିଛନ୍ତି ,ଏଥିରେ ଆଉ କିଛି ଲିଙ୍କ୍‌ ରହିଛି କି ସେ ନେଇ ଖୋଳତାଡ଼ ଜାରି ରଖିଛି ଇଡି।  ସଂପୃକ୍ତ ୬ ଜଣ ବ୍ୟକ୍ତି ଘର ଚାରିପଟେ ସିଆରପିଏଫ ଯବାନମାନେ ଜଗି ରହିଛନ୍ତି। କାହାକୁ ଘର ଭିତରକୁ ଛଡ଼ାଯାଉନାହିଁ। 

ad-week
Leave A Reply

Your email address will not be published.