ଆଳୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

add-all

ଭୁବନେଶ୍ୱର: ଓଡିଶାରେ ଆଳୁ ଦର ହୁ ହୁ ହୋଇ ବଢିବା ପରେ ବିରୋଧୀଦଳର ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି।ଏହି ଅତ୍ୟାବଶ୍ୟକ ସାମଗ୍ରୀର ସୁପରିବହନ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି।

ନବୀନ ଚିଠିରେ ଲେଖିଛନ୍ତି ଯେ ଓଡିଶାବାସୀଙ୍କ ପାଇଁ ଆଳୁ ଅତ୍ୟାବଶ୍ୟକ ଦ୍ରବ୍ୟ | କମ ବର୍ଷା ଯୋଗୁଁ ବଜାରକୁ ଅଳ୍ପ ଆଳୁ ହିଁ ଆସିପାରିଛି | ଯାହାଦ୍ୱାରା ମୂଲ୍ୟ ବଢିଛି | ଏହି ମୂଲ୍ୟ ବଢିବା ଦ୍ୱାରା ସାଧାରଣ ଲୋକ ପ୍ରଭାବିତ ହେବେ | ଓଡିଶା-ପଶ୍ଚିମବଙ୍ଗ ସୀମାରୁ ଟ୍ରକ ଫେରିଯାଉଥିବାର ଜାଣିବାକୁ ପାଇଲି | ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୃଢ ସଂସ୍କୁତିକ ବନ୍ଧନ ଅଛି ଓ ଆମେ ସମସ୍ତେ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ | ତେଣୁ ଆପଣ ଏ ନେଇ ପଦକ୍ଷେପ ନିଅନ୍ତୁ ଓ କିଭଳି ଆଳୁ ଯୋଗାଣ ହୋଇପାରିବ ସେଦିଗରେ ଦୃଷ୍ଟି ଦିଅନ୍ତୁ | ଉଲ୍ଲେଖ ଥାଉ କି ପଶ୍ଚିମବଙ୍ଗରୁ ଆମଦାନି ବନ୍ଦ ହେବା ଫଳରେ ଓଡ଼ିଶାରେ ଆଳୁ ବଜାରରେ ଦର ଆକାଶ ଛୁଆଁ ହେବାରେ ଲାଗିଛି। ବର୍ତ୍ତମାନ ରାଜଧାନୀରେ ଆଳୁ ଦର ୫୦ ଟଙ୍କା ରହଥିବା ବେଳେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ତେଣୁ ଏବେ ଠୁ ଆଳୁ କିଣିବା ପାଇଁ ଲୋକେ ଭିଡ଼ ଜମାଇଲେଣି। ଆଳୁ ସାଧାରଣ ଲୋକଙ୍କ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ହୋଥିବାରୁ ଏହାର ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି।

ad-week
Leave A Reply

Your email address will not be published.