ରାଜଧାନୀରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

add-all

ଭୁବନେଶ୍ଵର: କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଉତ୍ସବ ପାଳନ ହେଉଛି। ଏହି ଉପଲକ୍ଷେ ରାଜଧାନୀ ଭୁବନେଶ୍ଵରରେ ଶନିବାର ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି। ପୁରୁଣା ଭୁବନେଶ୍ଵରର ବଢେଇବାଙ୍କ ଛକଠାରୁ ମାଷ୍ଟର କ୍ୟାଣ୍ଟନି ଛକ ପର୍ଯ୍ୟନ୍ତ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଏହି ଶୋଭାଯାତ୍ରା କରାଯାଇଥିଲା। ଏଥିରେ ଏକ ବିରାଟ ତ୍ରିରଙ୍ଗାକୁ ସାମିଲ କରାଯାଇଥିଲା। ଶତାଧିକ କର୍ମୀ ତ୍ରିରଙ୍ଗାକୁ ଧରି ଶୋଭାଯାତ୍ରାରେ ବାହାରିଥିଲେ।

ad-week
Leave A Reply

Your email address will not be published.