ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ପୁଣି ଭୁସ୍କଳନ, ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ

add-all

ମାଲକାନଗିରି : ମାଲକାନଗିରି ରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ପୁଣି ଦୟନୀୟ ହୋଇପଡିଛି । ଏହି କ୍ରମରେ ଆଜି ପ୍ରବଳ ବର୍ଷା ଯୋଗୁଁ କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ବାୟାପଡା ଘାଟିରେ ବଡ ଧରଣର ଭୁସ୍କଳନ ହେବା ଯୋଗୁଁ ସମ୍ପୂକ୍ତ ଅଞ୍ଚଳରେ ଯୋଗା ଯୋଗର ମାଧ୍ୟମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛଯାଇଛି । ଯାହା ଫଳରେ ପ୍ରାୟ୧୮ ଟି ଗାଁ ର ପ୍ରଭାବିତ ହୋଇଛି । ତୁମ୍ବା ପଦର ଘାଟି ନିକଟରେ ଭୁସ୍କଳନ ହୋଇଥିବା ବେଳେ ଯାତାୟତ ପାଇଁ କାଠ ପୋଲ ନିର୍ମାଣ କରି ବିପଦସଂକୁଳ ଅବସ୍ଥାରେ ଯାତାୟତ କରିବାକୁ ପଡୁଥିବା ବେଳେ ଜିଲ୍ଲା ପ୍ରଶାସନ ନିକଟରେ ଖବର ପହଁଚି ପରେ ଜରୁରୀ କାଳୀନ ଭିତ୍ତିରେ ଉକ୍ତ ଅଞ୍ଚଳରେ ଜେସିବି ମେସିନ ସହାୟତାରେ ଉକ୍ତ ଅଂଚଳ କୁ ଧସିଥିବା ମାଟି ଅତଡା ସଫା କରାଯାଇଛି । ମରାମତି ପରେ ପୁନର୍ବାର ଉକ୍ତ ଅଞ୍ଚଳରେ ଗମନାଗମନ ସ୍ବଭାବିକ ହେବା ନେଇ ଜିଲ୍ଲା ପ୍ରଶାସନ ସଂକେତ ଦେଇଛନ୍ତି ।

ad-week
Leave A Reply

Your email address will not be published.