ଉପାନ୍ତ ସାହିତ୍ୟ ସେବା ସଂସଦର କବିତା ଆସର

add-all

ପାତ୍ରପୁର : ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ଭରତ ପତି ମହାବିଦ୍ୟାଳୟ ଠାରେ ଉପାନ୍ତ ସାଂସ୍କୃତିକ ସାହିତ୍ୟ ସେବା ସଂସଦ ତରଫରୁ” ବର୍ଷା “ଓ “ଶ୍ରାବଣୀ” ଶୀର୍ଷକ ବର୍ଷା କାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସୁଦୀପ୍ତ କୁମାର ପଟ୍ଟନାୟକ ସଭାପତିତ୍ବ ଆସନ ଅଳଙ୍କୃତ କରିଥିବା ବେଳେ ଭାରପ୍ରାପ୍ତ ଅଧ୍ୟକ୍ଷ ଜୟପ୍ରକାଶ ପାଢ଼ୀ ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ଗଣନାଥ ନାୟକ, ସମ୍ମାନୀୟ ଅତିଥି ଭାବେ ଶଶାଙ୍କ କୁମାର ପ୍ରଧାନ (ଉପ ସଭାପତି)ଓ ନିହାର ରଞ୍ଜନ ପାଢ଼ୀ (ଉପଦେଷ୍ଟା) ମଞ୍ଚାସିନ ଥିଲେ। ସଙ୍ଗୀତା ପ୍ରଧାନ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ ସଂସଦ ର ସେବା ସମ୍ପାଦକ ନିଶାମଣି ପ୍ରଧାନ ରାଜ୍ୟ ସ୍ତରୀୟ ଶିକ୍ଷକ ସଂଘ ସମ୍ପାଦକ ହୋଇଥିବାରୁ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା। ସଂସଦ ର ପୂର୍ବତନ ଉପଦେଷ୍ଟା ସଦସ୍ୟ କୁମୁଦ ବନ୍ଧୁ ନାହକ ଙ୍କ ବିୟୋଗ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। କବି କବୟିତ୍ରୀ ଙ୍କ ଦ୍ଵାରା କବିତା ପାଠ ହୋଇଥିବା ବେଳେ ସମ୍ପାଦକ ମାଧବ ବାଡତ୍ୟା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ମଞ୍ଜୁଶ୍ରୀ ମହାରଣା, କଳ୍ପଲତା ମହାରଣା, ତ୍ରିପତି ପ୍ରଧାନ, କ୍ଷୀରସିନ୍ଧୁ ମହାନ୍ତି, ରାଜ ଗୋପାଲ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.