ଗୋପବନ୍ଧୁ ସେବା ସମିତିର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

add-all

ଚିକିଟୀ : ଏହି ଅଞ୍ଚଳର ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ଗୋପବନ୍ଧୁ ସେବା ସମିତି ତରଫରୁ ସ୍ଥାନୀୟ ଘାଟିମା ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଚିକିଟୀ ଶିକ୍ଷା ବିଭାଗର ଅତିରିକ୍ତ ଶିକ୍ଷା ଅଧିକାରୀ ନିଗମାନନ୍ଦ ପଣ୍ଡା, ସିମାଞ୍ଚଳ ପଣ୍ଡା ଓ ଜଙ୍ଗଲ ବିଭାଗ ତରଫରୁ ନୀଳମଣି ନାୟକ, ସାମ୍ବାଦିକ ଅକ୍ଷୟ କୁମାର ସାହୁ ଅତିଥି ରୂପେ ଯୋଗ ଦେଇ ବୃକ୍ଷ ରୋପଣ କରି ସବୁଜ ବିପ୍ଳବର ବାର୍ତ୍ତା ଦେଇଥିଲେ। ପରିବର୍ତ୍ତିତ ପ୍ରାକୃତିକ ପରିବେଶ କୁ ସନ୍ତୁଳିତ କରି ଭାରସାମ୍ୟ ରକ୍ଷା କରିବାକୁ ହେବ ସବୁଜ ବନାନୀ ସୃଷ୍ଟି କରିବା ଆବଶ୍ୟକ ସହ ଆଗାମୀ ଭବିଷ୍ୟତରେ ବୃକ୍ଷର ଉପକାରୀତା ଅତ୍ୟନ୍ତ ଜରୁରୀବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଯା ଫଳ ରେ ଅମ୍ଳଜାନ ର ପରିମାଣ ର ବୃଦ୍ଧି ପାଇ ଜୀବଜଗତ ଶାନ୍ତି ରେ ନିଃଶ୍ୱାସ ନେଇ ପାରିବ ତେଣୁ ଗଛ ଲଗେଇ ତାର ସୁରକ୍ଷା ଦିଗ ରେ ମଧ୍ୟ ଦୃଷ୍ଟି ଦେବାକୁ ସମିତି ତରଫରୁ ଆହ୍ବାନ ଦିଆଯାଇଥିଲା। ମନ୍ଦିର ପରିସର ରେ ଜଙ୍ଗଲ ବିଭାଗ ର ଉପସ୍ଥିତି ରେ ବିଭିନ୍ନ ପ୍ରଜାତି ର ଗଛ ଲଗେଇ ସେ ଗୁଡ଼ିକ ର ସୁରକ୍ଷା ଦିଗ ରେ ମଧ୍ୟ ପଦକ୍ଷେପ ନିଆଯାଇଛି। ସଭାପତି ଦେବେନ୍ଦ୍ର ରଣା ଙ୍କ ନେତୃତ୍ୱ ରେ ସମ୍ପାଦକ ପ୍ରସାଦ କୁମାର ମଲ୍ଲିକ, ସହ ସଭାପତି ଗୋପୀନାଥ ବେହେରା, ଡାକ୍ତର ପୁରଞ୍ଜିତ ପାତ୍ର ଙ୍କ ସମେତ ସମସ୍ତ ସଭ୍ୟ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.