ମା’ ହେଲା ମୌସୁମୀ

add-all

ଭୁବନେଶ୍ବର: ବିଶ୍ୱ ବାଘ ଦିବସରେ ନନ୍ଦନକାନନରେ ଜନ୍ମ ହେଲା ବାଘ ଛୁଆ। ମା’ ହେଲା ଧଳା ବାଘୁଣୀ ମୌସୁମୀ। ମୌସୁମୀ ଓ ତା’ ଛୁଆ ସୁସ୍ଥ ଅଛନ୍ତି। ସେମାନଙ୍କ ଉପରେ ନଜର ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।
ମୌସୁମୀକୁ ୮ବର୍ଷ ହୋଇଛି। ୨୦୧୬ରେ ବାଘ ମନୀଷ ଓ ବାଘୁଣୀ ସ୍ନେହାଙ୍କ ମିଳନରେ ଜନ୍ମ ହୋଇଥିଲା ମୌସୁମୀ। ବାଘୁଣୀ ମୌସୁମୀ ସହ ଅନେକ ବାଘଙ୍କ ମିଳନ ହୋଇଥିଲେ ସୁଦ୍ଧା ସନ୍ତାନ ପ୍ରାପ୍ତି ହୋଇପାରିନଥିଲା। ଶେଷରେ ବାଘ ରାଜେଶ ସହ ମିଳନ ହେବା ପରେ ବାଘୁଣୀ ମୌସୁମୀ ମା’ ହୋଇଛି ବୋଲି ନାନ୍ଦନକାନନ ପକ୍ଷରୁ ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.