ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀ ବନ୍ୟାଜଳ

add-all

କଟକ : କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗେଟ୍‌ ଖୋଲା ଯାଇଥିବାରୁ ମହାନଦୀରେ ବଢ଼ୁଛି ଜଳସ୍ତର। ଏହି ବନ୍ୟା ଜଳ ଗତ ରାତିରେ ମୁଣ୍ଡଳୀରେ ପହଞ୍ଚିଥିବା ବେଳେ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ନିକଟରେ ୫ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି।
ମହାନଦୀର ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିର ବେଢାକୁ ଛୁଇଁଛି ତଥାପି ମା’ଙ୍କୁ ଜଳାଶାୟୀ କରିପାରିନି। ବନ୍ୟାଜଳ ମା’ଙ୍କୁ ଜଳାଶଶୟୀ କରିବାକୁ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି।
ଯଦି ମନ୍ଦିରର ଗମ୍ଭାରୀରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମା’ ଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି।
ମନ୍ଦିରରେ ଯେପରି ମା”ଙ୍କ ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଏନେଇ ମନ୍ଦିରର ପୂଜକ ଶିରିଷ କୁମାର ରଣା କହିଛନ୍ତି, ମା’ଙ୍କ ବେଢାରେ ପାଣି ପଶିଛି। ତହସିଲ କର୍ମଚାରୀ ସଚେତନ ଅଛନ୍ତି। ଗମ୍ଭରାରେ ପାଣି ପଶିଲେ ମା’ଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯିବ ।

ad-week
Leave A Reply

Your email address will not be published.