ମଧୁମିତା ରହୁଥିବା ଭଡା ଘରେ ପୁଲିସର ତନାଘନା

add-all

ଭୁବନେଶ୍ୱର: ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲା ରେ ଶ୍ରୀଧର ଓ ମଧୁମିତା ରହୁଥିବା ଭଡା ଘରେ ତନାଘନା କରୁଛି ଧଉଳି ଥାନା ପୁଲିସ । ଦୁଇ ମହିଳା ବନ୍ଧୁଙ୍କୁ ଗିରଫ କରିବାକୁ ମଧୁମିତାଙ୍କ ପରିବାର ଲୋକେ ଦାବି କରିଛନ୍ତି ।

ସୂଚନା ଯୋଗ୍ୟ ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ମାମଲାରେ ସୋମବାର ବ୍ୟବଚ୍ଛେଦ ରିପୋର୍ଟ ପୁଲିସକୁ ହସ୍ତଗତ ହୋଇଥିଲା। ଶରୀରରେ ଏକାଧିକ କ୍ଷତ ଯୋଗୁ ମଧୁମିତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା।

ଗତ ୨୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ଵରର ବାପୁଜୀନଗର ରେଳ ଧାରଣାରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ମଧୁମିତା। ମଧୁମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ad-week
Leave A Reply

Your email address will not be published.