ବ୍ରିଜ ଉପରେ ସ୍କୁଟି ମିଳିବା ଘଟଣା: ମିଳିଲା ଆରୋହୀଙ୍କ ପରିଚୟ, ଖୋଜୁଛି ଅଗ୍ନିଶମ ବାହିନୀ

add-all

କଟକ: ତ୍ରିଶୁଳିଆ ସୁବାଷ ସେତୁ ଉପରେ ଅଜଣା ସ୍କୁଟି ଥିବା ନେଇ ବଢୁଛି ସସ୍‌ପେନ୍ସ। ଭୋରରୁ ବ୍ରିଜ ଉପରେ ଚାବି ଲାଗିଥିବା ଅବସ୍ଥାରେ ଏକ ନାଲି ରଙ୍ଗର ସ୍କୁଟି ଥୁଆ ହୋଇଛି। ଏହି ସ୍କୁଟି ପାଖରେ ଏକ ଚପଲ ରହିଛି। ଯାହାକୁ ନେଇ ସନ୍ଦେହ ବଢିଛି। କେହି ଗାଡି ରଖି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଗାଡ଼ି ନମ୍ବର ପ୍ଲେଟରୁ ଆରୋହୀଙ୍କ ପରିଚୟ ଜଣାପଡିଛି। ସ୍କୁଟିଟି କଟକ ନୂଆବଜାର ଅଞ୍ଚଳର ମମତା ସାହୁଙ୍କର ବୋଲି ଜଣାପଡ଼ିଛି।

ତେବେ ମମତାଙ୍କ ସନ୍ଧାନ ମିଳି ପାରିନି। ବ୍ରିଜ ଉପରେ ସ୍କୁଟିକୁ ରଖି ଦେଇ ସେ ନଦୀକୁ ଡେଇଁ ପଡ଼ିଛନ୍ତି ନା କେଉଁଆଡ଼େ ଚାଲି ଯାଇଛନ୍ତି ସେ ନେଇ କିଛି ସୂଚନା ମିଳିପାରୁନି। ଘଟଣାସ୍ଥଳରେ ମର୍କତ ନଗର ଥାନା ପୋଲିସ୍ ପହଞ୍ଚି ଛାନଭିନ୍ ଚଳାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଛି।

ମମତା ସାହୁ କଟକର ଏକ ଘରୋଇ ସ୍କୁଲରେ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଶିକ୍ଷକତା କରି ଆସୁଛନ୍ତି । ନୂଆ ବଜାରରେ ସେ ନିଜ ସ୍ୱାମୀ ଓ ପରିବାର ସହ ରହି ଆସୁଥିଲେ । ଗତକାଲି ମମତା ସାହୁଙ୍କ ବାପାଙ୍କ ଶ୍ରାଦ୍ଧ ଥିବାରୁ ସ୍ୱାମୀଙ୍କ ସହ ସେ ସେଠାକୁ ଯାଇଥିଲେ। ରାତି ପ୍ରାୟ ୯ଟା ବେଳେ ଉଭୟ ନିଜ ଘରକୁ ଫେରିଥିଲେ। ମାତ୍ର ଆଜି ଭୋର ପ୍ରାୟ ୩ଟା ବେଳେ ସେ ଘରୁ ସ୍କୁଟି ଧରି ବାହାରି ଯାଇଥିବା ବେଳେ ସାଙ୍ଗରେ ମୋବାଇଲ ଫୋନ୍‌ ବି ନେଇ ନ ଥିଲେ।

ଏହାପରେ ସକାଳେ ବ୍ରିଜ ଉପରେ ଏକ ସ୍କୁଟି ଥିବା ସୂଚନା ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଗାଡ଼ିରେ ଚାବି ଲାଗିଥିବା ବେଳେ ପାଖରେ ଚପଲ ବି ଥୁଆ ହୋଇଥିଲା। ପୁଲିସ୍‌ ତଦନ୍ତ ଆରମ୍ଭ କରି ଗାଡ଼ିଟି ମମତାଙ୍କର ବୋଲି ଜାଣିବାକୁ ପାଇଥିଲେ।

ad-week
Leave A Reply

Your email address will not be published.