୧୬ ଲକ୍ଷରୁ ଅଧିକ ଭୂତ ରାସନକାର୍ଡଧାରୀ ଚିହ୍ନଟ

add-all

ଭୁବନେଶ୍ୱର: ରାଜ୍ୟରେ ୧୬ଲକ୍ଷ ୨୭ହଜାର ୯୩୨ ଭୂତ ରାସନ କାର୍ଡଧାରୀ ରହିଛନ୍ତି । ଆଜି ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି।

୬ ଲକ୍ଷ ୧୯ ହଜାର ୮୩୬ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। କୌଣସି କାରଣରୁ ରାସନ କାର୍ଡ କଟିଥିଲେ ପୁଣି ଆବେଦନ କରିପାରିବେ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ସରକାର କେୱାଇସି ଲାଗୁ କରୁଛନ୍ତି, ଯାହା ଦ୍ୱାରା ଅଯୋଗ୍ୟଙ୍କ ନାଁ ରାସନକାର୍ଡରୁ କଟିଯିବ । ସେପଟେ ବହୁ ଧନୀ ଲୋକ ରାସନ କାର୍ଡ ହାତେଇଛନ୍ତି ।

ପୂର୍ବ ସରକାର ସମୟରେ ଡିଲର ସବୁ ଖାଇ ଖୋଳ କରିଦେଇଛନ୍ତି। ଯଦି ବର୍ତ୍ତମାନ ସେମିତି କେହି କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ହେବ। ଗୋଟିଏ ପରିବାରରେ ବାପା ଓ ପୁଅ ଅଲଗା ରହୁଥିଲେ ଉଭୟଙ୍କୁ ରାସନକାର୍ଡ ମିଳିବ ବୋଲି ଗୃହରେ ମନ୍ତ୍ରୀ କହିଛନ୍ତି ।

ad-week
Leave A Reply

Your email address will not be published.