ବିଜେପିରେ ଯୋଗଦେଲେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା

add-all

ଭୁବନେଶ୍ବର : ବୁଧବାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍‌ ହୋଇଛନ୍ତି। ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ଓ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ସ୍ୱାଗତ କରିଛନ୍ତି।
ବିଜେପିରେ ଯୋଗଦେବା ପରେ ମମତା ମହାନ୍ତ କହିଛନ୍ତି, ଲୋକମାନେ ମୋର ସଂପତ୍ତି। ଲୋକଙ୍କ ସେବା ହିଁ ଏକମାତ୍ର ଲକ୍ଷ୍ୟ। ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି। ବିଜେଡିରେ ମୋର ଆଉ ଆବଶ୍ୟକତା ଲୋଡ଼ା ପଡୁନି ଅନୁଭବ କଲି। ଲୋକଙ୍କ ସେବା, କୁଡ଼ୁମୀ ସମାଜର ଉନ୍ନତି ପାଇଁ ବିଜେପିରେ ମିଶିଲି ବୋଲି ମମତା କହିଛନ୍ତି।
ମମତା ମହାନ୍ତ ମିଶିବା ନେଇ ସାଂସଦ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଲେଖା ଛିଡ଼ି ଛିଡ଼ି ଆସୁଛି। ଆଜିକା ଦିନରେ ଏତିକି କହିବି, ବିଜେପି ବଢୁଛି, ବିଜେଡି ଛିଡୁଛି।
କୁଡୁମୀ ସମ୍ପ୍ରଦାୟର ଜଣେ ଜଣାଶୁଣା ଓ ଟାଣୁଆ ନେତ୍ରୀ ଭାବେ ବେଶ୍‌ ପରିଚିତ ଥିଲେ ମମତା ମହାନ୍ତ। ସେହି ଭୋଟ୍‌କୁ ହାତେଇବା ପାଇଁ ବିଜେଡି ତାଙ୍କୁ ଦଳରେ ସାମିଲ୍‌ କରିଥିଲା। ଆଉ ରାଜ୍ୟସଭା ପଠାଇ ଥିଲା। ହେଲେ ଗତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା। ଏଥିସହ ମୟୂରଭଞ୍ଜ ଜିଲ୍ଲାରେ ସବୁ ବିଧାନସଭା ଆସନରେ ବିଜେଡି ପରାଜିତ ହୋଇଥିଲା। ଚର୍ଚ୍ଚା ଅନୁସାରେ ପରାଜୟ ପରେ ରାଜ୍ୟସ୍ତରୀୟ ନେତାଙ୍କ ଟାର୍ଗେଟରେ ଥିଲେ ମମତା। ତେଣୁ ସେ ବିଜେଡି ଉପରେ ଅସନ୍ତୋଷ ଝାଡ଼ି ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଏଥିସହ ବିଜେଡିରୁ ଇସ୍ତଫା ଦେଇଥିଲେ।

ad-week
Leave A Reply

Your email address will not be published.