ଅର୍ପଣ ଚାଉଳର ସଦୁପଯୋଗ କରାଯିବ, ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ନିଆଯିବ ପଦକ୍ଷେପ: ପୃଥ୍ୱୀରାଜ ହରିଚନ୍ଦନ

add-all

ଭୁବନେଶ୍ବର: ଜଗନ୍ନାଥ ପ୍ରେମୀ ଦେଇଥିବା ‘ଅର୍ପଣ ଚାଉଳ’ ଖତ ଖାଉଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେ ଚାଉଳର ସଦୁପଯୋଗ କେମତି ହେବ, ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଖୁବ୍ ଶୀଘ୍ର ଏହାକୁ ନେଇ ପରିଚାଳନା କମିଟି ବସିବ । କମିଟି ବସିବା ପରେ ଯାହା ପରାମର୍ଶ ଆସିବ ତାକୁ ସରକାର ଗ୍ରହଣ କରିବେ।
ଅର୍ପଣ ଚାଉଳ ଭଗବାନଙ୍କ ପାଖରେ ଅର୍ପଣ ହେବାର ଯୋଗ୍ୟ ନୁହେଁ। ପୂର୍ବରୁ ମଧ୍ୟ ଏହା କୁହାଯାଇଛି । କିନ୍ତୁ ପୂର୍ବ ସରକାର ଏହା ଶୁଣିବାକୁ ନାରାଜ ଥିଲେ। କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ ଏବଂ ନିଜ ଜିଦରେ ଅଟଳ ଥିଲେ। ଖେଚୁଡ଼ି ଭୋଗ କରି ଠାକୁରଙ୍କ ପାଖେ ଭୋଗ କରିବାକୁ ଚେଷ୍ଟା ଚଳାଇଥିଲେ। କିନ୍ତୁ ଅର୍ପଣ ଚାଉଳ ପ୍ରସାଦ ଯୋଗ୍ୟ ନୁହେଁ ବୋଲି ସେବାୟତ ମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ ବୋଲି କହିଛନ୍ତି ଆଇନମନ୍ତ୍ରୀ । ତେବେ ଖୁବଶୀଘ୍ର ଏହାକୁ ନେଇ ପରିଚାଳନା କମିଟି ବସିବ । କମିଟି ବସିବା ପରେ ଯାହା ପରାମର୍ଶ ଦିଆଯିବ ସରକାର ତାହା ଗ୍ରହଣ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ଏଫସିଆଇ ଗୋଦାମରେ ହଜାର ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ଗଦା ହୋଇଛି । ଏହା ବାବଦରେ ସ୍ପଷ୍ଟ ନିଷ୍ପତ୍ତି ହେବା ଆବଶ୍ୟକ ରହିଛି । ସେ ଚାଉଳ ଖରାପ ହେବା ଆରମ୍ଭ ହେଲାଣି । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେ ଚାଉଳର ସଦୁପଯୋଗ କେମତି ହେବ, ପରିଚାଳନା କମିଟି ନିଷ୍ପତ୍ତି ନେଇସାରିବା ପରେ ସରକାର ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି ।

ad-week
Leave A Reply

Your email address will not be published.