କାଠଯୋଡିରେ କୁମ୍ଭୀର, ତ୍ରିଶୁଳିଆ ବ୍ରିଜ୍‌ରେ ଅସମ୍ଭାଳ ଭିଡ୍‌

add-all

କଟକ : କାଠଯୋଡି ନଦୀ ମଝିରେ ଥିବା ଶୁଖିଲା ବାଲି ଉପରେ ଗୋଟିଏ କୁମ୍ଭୀର ଶୋଇଛି। ଏହି ଖବର ପ୍ରଚାରିତ ହେବା ପରେ ତ୍ରିଶୁଳିଆ ବ୍ରିଜ୍‌ରେ ଅସମ୍ଭାଳ ଭିଡ୍‌ ପରିଲକ୍ଷିତ ହୋଇଛି। ଯେଉଁଥିପାଇଁ ଅଜଥାରେ ଟ୍ରାଫିକ୍‌ ଜାମ୍‌ ହୋଇଛି। କମିଶନରେଟ୍‌ ପୁଲିସ୍‌ ପହଞ୍ଚି ଭିଡ୍‌ ନିୟନ୍ତ୍ରଣ କରୁଛି ।
ଆଜି ଅପରାହ୍ନରେ ତ୍ରିଶୁଳିଆ ବ୍ରିଜ୍‌ଠାରୁ ଅଳ୍ପ ଦୂରରେ କାଠଯୋଡ଼ିର ନଦୀ ମଝିରେ ଥିବା ଶୁଖିଲା ବାଲି ଉପରେ ଗୋଟିଏ କୁମ୍ଭୀର ଶୋଇଥିବା ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି କୁମ୍ଭୀରଟି ଶୋଇଛି। ଏହି ଖବର ପ୍ରଚାରିତ ହେବା ପରେ କୁମ୍ଭୀରକୁ ଦେଖିବା ପାଇଁ ବ୍ରିଜ୍‌ ଉପରେ ଲୋକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି। ଯେଉଁଥିପାଇଁ ବ୍ରିଜ୍‌ ଉପରେ ଅସମ୍ଭାଳ ଟ୍ରାଫିକ୍‌ ଜାମ ହୋଇଛି। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପାଖରେ ପହଞ୍ଚିଛି। କୁମ୍ଭୀର ଗତିବିଧି ଉପରେ ନଜର ରଖିଛି। ସେପଟେ ପରିସ୍ଥିତି ଏମିତି ହୋଇଥିଲା ଯେ ଲୋକଙ୍କୁ ହଟାଇବା ପାଇଁ ପୁଲିସ୍‌କୁ ନାକେଦମ୍‌ ହେବାକୁ ପଡ଼ିଛି ।
ବନ ବିଭାଗର କହିବା ଅନୁସାରେ କାଠଯୋଡ଼ି ମଝିରେ ଥିବା ବାଲି ଉପରେ ଶୋଇଥିବା କମ୍ଭୀରଟି ଘଡ଼ିଆଳ ପ୍ରଜାତିର। ମଣିଷଙ୍କ ପାଇଁ ବିପଦ ନୁହଁନ୍ତି। ମାଛ ଖାଇବା ପରେ କମ୍ଭୀରଟି ଖରାରେ ଶୋଇଛି। ଏହି ପ୍ରଜାତିର ବିରଳ। ଏମାନଙ୍କ ବଂଶ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି। ସେଥିପାଇଁ ମହାନଦୀରେ କିଛି ଘଡିଆଳ କୁମ୍ଭୀର ଛଡ଼ା ଯାଇଛି। କିନ୍ତୁ ଏହି କୁମ୍ଭୀରଟି ନରାଜରେ ରୁହେ। ବନ୍ୟା ଜଳରେ ସିଏ ପଳାଇ ଆସିଛି। ପରେ ନରାଜକୁ ଫେରିବ ବୋଲି ଆଶା କରାଯାଉଛି। ସେଥିପାଇଁ ତା’ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ବନ ବିଭାଗ କହିଛି।

ad-week
Leave A Reply

Your email address will not be published.