ମାଲକାନଗିରିରେ ବୁଡିଲା ପୋଲ: ମୋଟୁ, ଆନ୍ଧ୍ର ,ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ

add-all

ମାଲକାନଗିରି: ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ବର୍ଷା ଟିକିଏ କମିଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନି।  ମାଲକାନିଗରି ଜିଲ୍ଲା ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ ର କାଙ୍ଗୁରୁକୋଣ୍ଡା ଏବଂ ପୋଟେରୁ ବ୍ରିଜ୍ ଉପରେ ଚାରି ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ରାସ୍ତାର ଦୁଇ ପଟେ ଶତାଧିକ ଗାଡି ଅଟକି ରହିଛି। ଗତ ଏକ ମାସ ମଧ୍ୟରେ ଏହି ବ୍ରିଜ୍ ଉପରେ ଚାରି ଥର ପାଣି ପ୍ରବାହିତ ହେଲାଣି। ଫଳରେ ମାଲକାନଗିରି ମୋଟୁ , ଆନ୍ଧ୍ର ଏବଂ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ କିଛି ଦିନ ହେବ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜୀବନଯାତ୍ରା ବିଶେଷ ଭାବରେ ପ୍ରଭାବିତ ହୋଇଛି।

ad-week
Leave A Reply

Your email address will not be published.