ଆସନ୍ତାକାଲି ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

add-all

ଭୁବନେଶ୍ୱର: ଆସନ୍ତାକାଲି ସୋମବାର ଦିନ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ୟୁନିଟ- ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ ଜନ ଶୁଣାଣି l

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦିନ ୧୧ ଟା ସମୟରୁ ଏହି ଅଭିଯୋଗ ଶୁଣାଣି ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

ତେବେ ଶୁଣାଣି ପାଇଁ ପଞ୍ଜୀକରଣ କରିବାକୁ ଚାହୁଁଥିବା ବ୍ଯକ୍ତି ସେହି ଦିନ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ କରିପାରିବେ।

ad-week
Leave A Reply

Your email address will not be published.