ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହେବା ଗ୍ରହଣୀୟ ନୁହେଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

add-all

ପୁରୀ: ପୁଣି ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ। ଦ୍ୱାରପାଳ ପୂଜା ଚାଲିଥିବା ସମୟରେ ଏହି ବିବାଦ ଦେଖାଯାଇଥିଲା। ପୂଜା ପଣ୍ଡା ସେବାୟତ ଦ୍ୱାରପାଳ ପୂଜା କରୁଥିବା ସମୟରେ ପିଣ୍ଡି ଉପରେ ଚଡିଯାଇଥିଲେ ପ୍ରଧାନୀ ସେବାୟତ। ଏହାକୁ ନେଇ ସମ୍ପୃକ୍ତ ପ୍ରଧାନୀ ସେବାୟତଙ୍କୁ ବାହାରକୁ ବାହାର କରିଥିଲେ ପୂଜାପଣ୍ଡା ସେବାୟତ। ତେବେ ପୂଜାରେ ବ୍ୟାଘାତ ହେବାରୁ ମାଘସ୍ନାନ ପାଇଁ ଜିଦ ଧରିଥିଲେ ପୂଜାପଣ୍ଡା। ଶ୍ରୀ ମନ୍ଦିର ପ୍ରଶାସନ ପାଖରେ ଏହି ଖବର ପହଞ୍ଚିବା ପରେ ନୀତି ପ୍ରଶାସକ ଶ୍ରୀମନ୍ଦିର ଆସି ପାଳିଆ ସେବାୟତଙ୍କ ସହ ଆଲୋଚନା କରିଥିଲେ।

ଦ୍ୱାରପାଳ ପୂଜା ସମୟରେ ବସିଥିବା ଭୋଗକୁ ପୋତାଯିବ ସହ ମାଘସ୍ନାନ ପାଇଁ ନୀତି ପ୍ରଶାସକଙ୍କ ପାଖରେ ଜିଦ ଧରିଥିଲେ ପୂଜାପଣ୍ଡା ସେବାୟତ ଯାହା ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି ବନ୍ଦ ରହିବା ସହ ଦର୍ଶନ ମଧ୍ୟ ବନ୍ଦ ରହିଥିଲା। ଅନ୍ୟପଟେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବକୁ ନେଇ ମୁହଁ ଖୋଲିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି, ‘‘ଆଜି ମହାପ୍ରଭୁଙ୍କ ଚିତାଲାଗି ନୀତି ଥିବାରୁ କୌଣସି ବିଳମ୍ବ ଗ୍ରହଣୀୟ ନୁହେଁ। ଶୃଙ୍ଖଳିତ ନୀତିକାନ୍ତି ସମ୍ପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତଙ୍କ ସହଯୋଗ କାମନା କରୁଛି।’’

ଦୀର୍ଘ ସମୟ ଧରି ଠାକୁରଙ୍କ ନୀତି କାନ୍ତି ଓ ଦର୍ଶନ ବନ୍ଦ ରହିବାରୁ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଭକତ ଙ୍କ ତୀବ୍ର ଅସନ୍ତୋଷକୁ ଦୃଷ୍ଟିରେ ରଖି ପୂଜା ପଣ୍ଡାଙ୍କ ଜିଦ ପୁରାଣ କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ଗରୁଡ଼ ଓ ଜୟବିଜୟଙ୍କର ମାଘସ୍ନାନ କରାଯାଇ ପୁଣି ଥରେ ସ୍ୱାଭାବିକ ହୋଇଥିଲା ନୀତିକାନ୍ତି। ତେବେ ଆଜି ଚିତା ଲାଗି ଅମାବାସ୍ୟା ସହ ରବିବାର ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଠାକୁରଙ୍କ ନୀତିକାନ୍ତିରେ ଯେଭଳି କୌଣସି ବିଭ୍ରାଟ ନହୁଏ ସେ ଦିଗରେ ବିଶେଷ ଧ୍ୟାନ ଦେବାପାଇଁ ସେବାୟତ ଭକ୍ତ ଦାବି କରିଛନ୍ତି।

ଅନ୍ୟପଟେ ଆସନ୍ତାକାଲି ସୋମବାର ଶ୍ରାବଣ ଶୁକ୍ଲ ପ୍ରତିପଦ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ନ ୫ଟାଠାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ad-week
Leave A Reply

Your email address will not be published.