ଇରାକରେ ଫସିଥିଲେ ଓଡ଼ିଆ ଯୁବକ‌; କେନ୍ଦ୍ରାପଡ଼ା ସାଂସଦଙ୍କ ହସ୍ତକ୍ଷେପ ପରେ ହେଲେ ଉଦ୍ଧାର

add-all

ଭୁବନେଶ୍ବର: ଇରାକରେ ଫସିଥିବା ଓଡ଼ିଆ ଯୁବକ ବିମଳ ରଣଜିତ ଆଜି ନିଜ ଘରକୁ ଫେରିଛନ୍ତି। ବିମଳଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ କରିଛନ୍ତି। ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଗତ ଜୁଲାଇ ୨୨ ତାରିଖରେ ଚିଠି ଲେଖି ନିବେଦନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ପୁରୀ ଜିଲ୍ଲାର ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ବେଢାତଣ୍ଡୁଳ ଗ୍ରାମର ସ୍ବର୍ଗତ ବିଜୟ ରଣଜିତଙ୍କ ସାନପୁଅ ବିମଳ ଗତ ଫେବ୍ରୁଆରି ୨୦୨୩ରୁ ଇରାକର ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ୨୫ ଜୁନରୁ ବିମଳ ସେଠାରେ ଅସୁସ୍ଥ ହୋଇପଡିଥିଲେ ମଧ୍ୟ କମ୍ପାନି କତ୍ତୃପକ୍ଷ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ବିମଳଙ୍କ ଭିସା ଅବଧି ୨୩ ଜାନୁଆରି ୨୦୨୪ରୁ ସାରିଯାଇଥିଲେ ମଧ୍ୟ କମ୍ପାନି କତ୍ତୃପକ୍ଷ ଭିସା ନବୀକରଣ ନକରାଇ ୪ ମାସର ଦରମା ନଦେଇ ଶାରୀରିକ ନିର୍ଯ୍ୟାତନା ଦେବାସହ ବିଭିନ୍ନ କାମରେ ନିୟୋଜିତ କରିଛନ୍ତି।

ଶେଷରେ ପରିବାର ଲୋକ ବିମଳଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ। ବିମଳାଙ୍କ ଫେରିବା ପରେ ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ କୃତ୍ତଜ୍ଞତା ଜଣାଇଛନ୍ତି। ଶ୍ରୀ ପଣ୍ଡା ମଧ୍ୟ ଦୂତାବାସର ତ୍ଵରିତ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ad-week
Leave A Reply

Your email address will not be published.