କ୍ରାଶ କରିଗଲା ହେଲିକପ୍ଟର: ପାଇଲଟଙ୍କ ସମେତ ୫ ମୃତ

add-all

ପୁଣିଥରେ ନେପାଳରେ ଘଟିଛି ବଡ଼ ଦୁର୍ଘଟଣା। ଆଜି ନେପାଳର ନୂୱାକୋଟ ଅନ୍ତର୍ଗତ ଶିବପୁରିରେ ଗୋଟିଏ ଯାତ୍ରୀବାହୀ ହେଲିକପ୍ଟର କ୍ରାଶ କରି ଯାଇଛି। ଏୟା ଡାଏନଷ୍ଟୀ କମ୍ପାନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ପାଇଲଟଙ୍କୁ ମିଶାଇ ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କ୍ରାଶ ପରେ ହେଲିକପ୍ଟରଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ ହେଲିକପ୍ଟରଟି କାଠମାଣ୍ଡୁରୁ ରାସୁୱା ଯାଉଥିଲା। କିନ୍ତୁ ନୂୱାକୋଟ ଜିଲ୍ଲାରେ ଥିବା ସୂର୍ଯ୍ୟ କୌର-୭ ନିକଟରେ ଏହା ଏକ ପାହାଡ଼ରେ ପିଟି ହୋଇଯାଇଥିଲା। ଏହାପରେ ଜଙ୍ଗଲ ଭିତରେ ଖସି ପଡ଼ିଥିଲା।

ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳେକୁ ହେଲିକପ୍ଟରଟି ପୋଡ଼ି ପାଉଁଶ ହୋଇ ସାରିଥିଲା। ସେହିପରି ଏଥିରେ ଥିବା ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଉଦ୍ଧାରକାରୀ ଟିମ ପକ୍ଷରୁ କୁହାଯାଇଛି।

ତ୍ରିଭୂବନ ଅନ୍ତର୍ଜାତୀୟ ଏୟାରପୋର୍ଟର ସୂଚନା ଅନୁଯାୟୀ, ହେଲିକପ୍ଟଟି କାଠମାଣ୍ଡୁରୁ ଦିନ ୧.୫୪ରେ ଉଡ଼ାଣ ଭରିଥିଲା। କିନ୍ତୁ ସୂର୍ଯ୍ୟ ଚୌର ପାଖରେ ପହଞ୍ଚିବା ପରେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଉଡ଼ାଣ ଭରିବାର ୩ ମିନିଟ ପରେ ଏପରି ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.