ବାଂଲାଦେଶ ହିଂସା ମଧ୍ୟରେ ଅଗଷ୍ଟ ୮ରେ ଶପଥ ନେବେ ମହମ୍ମଦ ୟୁନୁସ

add-all

ଢାକା: ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ଅନ୍ତରୀଣ ସରକାର ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଏନେଇ ଦେଶର ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ବୁଧବାର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଜେନେରାଲ ୱାକର କହିଛନ୍ତି ଯେ ଅନ୍ତରୀଣ ସରକାର ରାତି ୮ ଟାରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପରାମର୍ଶଦାତା ପରିଷଦରେ ୧୫ ଜଣ ସଦସ୍ୟ ରହିବେ। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ମଙ୍ଗଳବାର ଅର୍ଥନୀତିଜ୍ଞ ୟୁନୁସ (୮୪) କୁ ଅନ୍ତରୀଣ ସରକାରର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି।ତେବେ ଚାକିରିରେ ସଂରକ୍ଷଣକୁ ନେଇ ଜାରି ରହିଥିବା ହିଂସା ମଧ୍ଯରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶେଖ ହସିନା। ପରବର୍ତ୍ତୀ ସମୟରେ ଦେଶ ଛାଡି ପଳାୟନ କରିଥିଲେ।

ad-week
Leave A Reply

Your email address will not be published.