ଆଠଗଡ଼ ବିଡିଓ ଗିରଫ; ଠୁଳ କରିଥିଲେ ଆୟଠାରୁ ଅଧିକ ସମ୍ପତ୍ତି

add-all

ଭୁବନେଶ୍ବର : ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ବିଡିଓ ଆୟଠାରୁଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଗତକାଲି ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ଏକକାଳୀନ ୮ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ପ୍ରଦୀପଙ୍କ ଭୁବନେଶ୍ୱର ଗୌତମନଗରସ୍ଥିତ ଶ୍ରୀ ଏନକ୍ଲେଭ୍ ଆପାର୍ଟମେଣ୍ଟ ଦ୍ୱିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ଥିବା ୩ ମହଲା କୋଠା,ରାଜ ସୁନାଖଳାରେ ଥିବା ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳିରେ ଥିବା ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ ଓ କ୍ୱାର୍ଟସରେ ରେଡ୍ କରାଯାଇଥିଲା।
ଚଢ଼ାଉବେଳେ ବିଡିଓଙ୍କର ଭୁବନେଶ୍ୱରରେ ୨ଟି କୋଠା, ଗୋଟିଏ ଫ୍ଲାଟ ଠାବ କରାଯାଇଥିଲା। ସେହିପରି ୩ଟି ପ୍ଲଟ, ୪୭ ଲକ୍ଷର ଜମା, ୬ ଲକ୍ଷ ନଗଦ ଟଙ୍କା ଓ୪୫୨ ଗ୍ରାମ୍‌ ସୁନା, ୨ଟି କାର୍ ମଧ୍ୟ ପାଇଥିଲା ଭିଜିଲାନ୍ସ।
ପ୍ରଦୀପଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଥିଲେ। ପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା। ହେଲେ ପ୍ରଦୀପ ଠୁଳ କରିଥିବା ସମ୍ପତ୍ତି ସଂପର୍କରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି।
୨୦୨୩ ମସିହା ଫେବ୍ରୁଆରୀ ୨୩ ତାରିଖରେ ପ୍ରଦୀପ ଆଠଗଡ଼ରେ ବିଡ଼ିଓ ଭାବେ ନିଯୁକ୍ତି ପାଇଥିଲେ। ଏହାର୍ପୂବରୁ ସେ ନରସିଂହପୁରରେ ସେ କାର୍ଯ୍ୟରତ ଥିଲେ।

ad-week
Leave A Reply

Your email address will not be published.