ମଧ୍ୟାହ୍ନ ଭୋଜନ ଖାଇ ୨୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ

add-all

ବାଲେଶ୍ବର: ଜିଲ୍ଲାର ସୋର ବ୍ଲକ ଶିରାପୁରସ୍ଥିତ ଉଦୟ ନାରାୟଣ ନୋଡାଲ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଇ ୨୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ‌ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ମଧ୍ୟାହ୍ନରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ତରକାରୀ ଓ ଭାତ ଦିଆଯାଇଥିଲା। ଖାଇବା ପରେ କେତେଜଣ ପିଲାଙ୍କ ପେଟ କାଟିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ବାନ୍ତି ହୋଇ ଅସୁସ୍ଥ ହୋଇପଡିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଖାଦ୍ୟରେ ଝିଟିପିଟି ପଡ଼ି ଖାଦ୍ୟ ବିଷାକ୍ତ ହୋଇ ଥିବା ଜଣାପଡିଛି। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟିର ସଦସ୍ୟମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ସେମାନେ ପ୍ରାଥମିକ ଚିକିତ୍ସା ଚାଲିଛି।

ad-week
Leave A Reply

Your email address will not be published.