ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

add-all

ଦେବଗଡ଼ : ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୁହା ହେଲେ ରୋଗୀ। ପ୍ରାୟ ଏକ କିଲୋମିଟର ତାଙ୍କୁ ଖଟିଆରେ ବୋହି ଆଣିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଥିଲା। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ରାମଚନ୍ଦ୍ରପୁର ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା।
ଗାଁର ଜାଉନି ତିଗାଙ୍କୁ ଗତ କିଛି ଦିନ ହେଲା ଜ୍ୱର ହୋଇଥିଲା। ଗତକାଲି ସେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ।
ଖବର ପାଇ ଆମ୍ବୁଲାନ୍ସ ଆସିଥିଲା। ହେଲେ ରାମଚନ୍ଦ୍ରପୁର ଗାଁକୁ ସଂଯୋଗ କରୁଥିବା ରାସ୍ତାଟି କାଦୁଅ ପଚପଚ ଓ ଅଣ ଓସାରିଆ ହୋଇଥିବାରୁ ଆମ୍ବୁଲାନ୍ସ ସେଠାକୁ ଯାଇପାରିଲା ନାହିଁ। ଗାଁଠାରୁ ପ୍ରାୟ ୧ କିମି ଦୂରରେ ଆମ୍ବୁଲାନ୍ସ ଅଟକି ଥିଲା। ତେଣୁ ପରିବାର ଲୋକେ ଆମ୍ବେଦକର ସାମାଜିକ ପରିବର୍ତନ ମଂଚର ସଦସ୍ୟ ଓ କିଛି ଗ୍ରାମବାସୀଙ୍କ ସହାୟତାରେ ରୋଗୀଙ୍କୁ ଖଟରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ad-week
Leave A Reply

Your email address will not be published.