ରସିକଙ୍କ ପାଇଁ ରାଜ୍ୟ ବାହାରକୁ ଯିବେ ପୁଲିସ୍: ଖୋଲିବ ରାଜ୍ୟ ବାହାରର ରହସ୍ୟମୟୀ ମହିଳାଙ୍କ ଲିଙ୍କ୍

add-all

ଭୁବନେଶ୍ବର: ଠକ ସତ୍ୟଜିତଙ୍କ ପାଇଁ ରାଜ୍ୟ ବାହାରକୁ ପୁଲିସ୍ ଯିବ। ରସିକନାଗର ସିଣ୍ଡିକେଟରେ ରହସ୍ୟମୟୀ ମହିଳାଙ୍କର ସମ୍ପୃକ୍ତି ଥିବା ପୁଲିସ୍ ଜାଣିବାକୁ ପାଇଛି। ରହସ୍ୟମୟୀ ମହିଳାଙ୍କ ଭୂମିକା ସନ୍ଦେହ ବଢ଼ାଉଛି। ସତ୍ୟଜିତ୍ ଏବଂ ରହସ୍ୟମୟୀ ମହିଳା ଭିତରେ ଟଙ୍କା ନେଣଦେଣକୁ ନେଇ ପୁଲିସ୍‌କୁ ବଡ଼ ସୁରାକ ମିଳିଛି ।
ଗତ ଦୁଇ ମାସ ଭିତରେ ସତ୍ୟଜିତ ଓ ଜଣେ ମହିଳାଙ୍କ କିଛି ଟଙ୍କାର ଦେଣନେଣ ହୋଇଥିବା ପୁଲିସ୍ ତଦନ୍ତ ବେଳେ ଜାଣିବାକୁ ପାଇଛି। ସେଥିପାଇଁ ରାଜ୍ୟ ବାହାରର ମହିଳାଙ୍କ ଲିଙ୍କ୍ ଖୋଜିବା ଲାଗି ପୁଲିସ୍ ରାଜ୍ୟ ବହାରକୁ ଯିବାର ଯୋଜନା କରିଛି।
ଅଭିଯୁକ୍ତ ସତ୍ୟଜିତକୁ ପୁଣି ରିମାଣ୍ଡରେ ନେବାକୁ ପ୍ରକ୍ରିୟା ‌ପୁଲିସ୍ ପକ୍ଷରୁ ଜାରି ରହିଛି। ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କ୍ୟାପିଟାଲ ଥାନା ପୁଲିସ୍ ପକ୍ଷରୁ ଆବେଦନ କରାଯିବ ।

ad-week
Leave A Reply

Your email address will not be published.