ଠିକ୍‌ ସମୟରେ ଜଳକର ନଦେଲେ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

add-all

ଭୁବନେଶ୍ବର: ବନ୍ୟା ନିୟନ୍ତ୍ରଣ ଓ ଚାଷୀଙ୍କ ପାଇଁ ଜଳସେଚନ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ହୀରାକୁଦ ଜଳଭଣ୍ଡାରରୁ କାଳକ୍ରମେ ସହରାଞ୍ଚଳର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ସେହିପରି ଏହି ଜଳଭଣ୍ଡାରରୁ ଏକାଧିକ କଳକାରଖାନାକୁ ପାଣି ମିଳୁଛି। ତେବେ ଅଭିଯୋଗ ହେଉଛି ଯେ, ଅନେକଗୁଡ଼ିକ କାରଖାନା ଠିକ୍‌ ସମୟରେ ଜଳ କର ଦେଉ ନାହାନ୍ତି। ଜଳକର ବକେୟା ରଖିଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଶ୍ରୀ ପୂଜାରୀ କହିଛନ୍ତି ଯେ, ହୀରାକୁଦ ଜଳଭଣ୍ଡାରରୁ ଜଳ ନେଇ ଅନେକ କଳକାରଖାନା ବକେୟା ରଖିଥିବା ଅଭିଯୋଗ ହୋଇଛି। ଏହାପରେ ଜଳକର ଆଦାୟ ନେଇ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସାଧାରଣ ଚାଷୀ ଜଳକର ଦେଉଛି ତେବେ ବଡ଼ବଡ କମ୍ପାନି କାହିଁକି ଜଳକର ଦେବେ ନାହିଁ ବୋଲି ଆଜି ବୁର୍ଲା ଗସ୍ତ ସମୟରେ ପ୍ରତିକ୍ରିୟା ରଖି କହିଛନ୍ତି ରାଜସ୍ୱମନ୍ତ୍ରୀ। ଏହା ସହ ବେଦାନ୍ତର ବେଆଇନ ଆସ୍ ଡମ୍ପିଂ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ରାଜସ୍ୱମନ୍ତ୍ରୀ କହିଛନ୍ତି। ବେଦାନ୍ତକୁ ୭୨ କୋଟି ଟଙ୍କା ପ୍ରଦୂଷଣ ବିଭାଗ ଫାଇନ କରାଯାଇଥିବାବେଳେ ଆଗକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.