ବିଧାୟକଙ୍କ ବର୍ଷା ଜନିତ କ୍ଷତି ପରିଦର୍ଶନ

ନବରଙ୍ଗପୁର : ନବରଙ୍ଗପୁର ପୌରପାଳିକାର ବିଭିନ୍ନ ୱାର୍ଡରେ ଲଗାଣ ବର୍ଷା ରେ ଭୁଶୁଡି ପଡ଼ିଥିବା ଘର ଗୁଡିକୁ ବୁଲି ଥଇଥାନ ବ୍ୟବସ୍ଥା ପାଇଁ ନିର୍ଦେଶ ଦେଲେ ବିଧାୟକ। ନବରଙ୍ଗପୁର ସହର ସ୍ଥିତ ୧୨ ନମ୍ୱର ୱାର୍ଡ ଚାଇନାମାର୍କେଟ ର କେ.ବିଶ୍ବାଳ ରାଓ ଙ୍କ ଘର ଏବଂ ୮ ନଂ ୱାର୍ଡର ଭାନୁ ହରିଜନ ଏବଂ କୈଳାଶ ହରିଜନଙ୍କ ଘର ଲଗାଣ ବର୍ଷା ରେ ଭାଙ୍ଗିଯାଇଛି, ଏ ଖବର ଶୁଣି ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ,ସ୍ଥିତି ପରଖି ବା ପାଇଁ ଉକ୍ତ ଘର ଗୁଡିକୁ ଯାଇ ସମସ୍ତ ପରିସ୍ଥିତି ପଚାରି ବୁଝିଥିଲେ ଏବଂ ତୁରନ୍ତ ପୌରନିର୍ବାହୀ ଅଧିକାରୀ ଙ୍କୁ ସେଠାକୁ ଡକେଇ, କ୍ଷତି ଗ୍ରସ୍ତ ପରିବାର କୁ ତୁରନ୍ତ ଥଇଥାନ କରିବାକୁ ନିର୍ଦେଶ ଦେଇଥିଲେ।

ad-week
Leave A Reply

Your email address will not be published.